ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ - Balangir Special Planning Office Planner

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗୀର ସ୍ଵତନ୍ତ୍ର ଯୋଜନା କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ । ଏନେଇ ବଲାଙ୍ଗୀର ସ୍ବତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ
ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ

By

Published : Dec 21, 2020, 12:59 PM IST

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗୀର ସ୍ଵତନ୍ତ୍ର ଯୋଜନା କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ । ଏନେଇ ବଲାଙ୍ଗୀର ସ୍ବତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ତାଙ୍କ ଆଦର୍ଶପଡା ଠାରେ ଥିବା ନିଜ ଘର, ସଂର୍ପକୀୟ ଘର, କଲେଜ ଛକ ଅଫିସ ଏବଂ ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ସମ୍ବଲପୁର, ସୋନପୁର, ବରଗଡ଼ ଏବଂ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ୪ଟି ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ

ଆଦର୍ଶପଡ଼ାର ତିନି ମହଲା କୋଠା ଘର ସହ ୧୪୭ ହଜାର ଟଙ୍କା ନଗଦ ଟଙ୍କା, ୧୦୦ ଗ୍ରାମରୁ ଅଧିକ ଓଜନର ସୁନା ଗହଣା ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ୬ଟି ଏଟିଏମ କାର୍ଡ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ । ଏବେ ଚଢ଼ାଉ ଜାରି ରହିଥିବାରୁ ତାଙ୍କର କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି ଜଣାପଡିନି।

ସମ୍ପୂର୍ଣ୍ଣ ଆକଳନ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ କହିଛନ୍ତି। ସେପଟେ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନକ୍ସା ଅଙ୍କନକାରି ଜୀବଡିଶ ପାତ୍ର।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details