ବଲାଙ୍ଗୀର: ବର୍ଷ ଶେଷରେ ଆକ୍ଟିଭ୍ ହୋଇଛି ଭିଜିଲାନ୍ସ ବିଭାଗ । ଜିଲ୍ଲାର ଗୋଟିଏ ପରେ ଗୋଟିଏ ଦୁର୍ନୀତିଯୁକ୍ତ ଅଧିକାରୀ ଭିଜିଲାନ୍ସ ପଞ୍ଜାରେ ଧରା ପଡ଼ୁଛନ୍ତି। ସମାନ ଭାବରେ ଆଜି ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ କରିଛି।
ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର - ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର
ଜିଲ୍ଲାର ଗୋଟିଏ ପରେ ଗୋଟିଏ ଦୁର୍ନୀତିଯୁକ୍ତ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ଧରା ପଡ଼ୁଛନ୍ତି। ସମାନ ଭାବରେ ଆଜି ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଅଧିକ ପଢନ୍ତୁ...
ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର
ବଲାଙ୍ଗୀର ଲାଠୋର୍ ସମବାୟ ବ୍ୟାଙ୍କ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ବାସଭବନ, ଘୁଂସର୍ ସ୍ଥିତ ତାଙ୍କ ଶ୍ବଶୁର ଘର ଓ ଲାଠୋର ବ୍ୟାଙ୍କରେ ଏକ କାଳୀନ ଚଢାଉ ହୋଇଛି ତେବେ ଏଯାବତ୍ ନଗଦ ଟଙ୍କା, ସୁନା ଗହଣା, ଘରର କାଗଜପତ୍ର ଇତ୍ୟାଦି ଭିଜିଲାନ୍ସ ହାତରେ ଲାଗିଥିବା ବେଳେ ଏସବୁ ସଙ୍କଳନ ଚାଲିଥିବାର ଭିଜିଲାନ୍ସ ସୂଚନା ଦେଇଛି। ଅନ୍ୟପଟେ ଅଧିକାରୀ ଜଣକ ନିର୍ଦ୍ଦୋଷ ବୋଲି ନିଜକୁ କହିଛନ୍ତି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ