ଓଡିଶା

odisha

ETV Bharat / state

ଯକ୍ଷ୍ମାରେ ପୀଡିତ ପତ୍ନୀ, ଚିକିତ୍ସା ପାଇଁ ସ୍ବାମୀର ଗୁହାରି

କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଏହା ପ୍ରକୃତରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହି ଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀରରୁ । ଅଧିକ ପଢନ୍ତୁ...

Tuberculosis patient in helpless condition in bolangir Husbands can't treatment tuberculosis women
ଅସହାୟ ଅବସ୍ଥାରେ ଯକ୍ଷ୍ମା ରୋଗୀ: ଯକ୍ଷ୍ମା ରୋଗରେ ପୀଡିତ ସ୍ତ୍ରୀ ଚିକିତ୍ସା କରାଇ ପାରୁନାହାନ୍ତି ସ୍ବାମୀ

By

Published : Jun 27, 2020, 10:43 PM IST

ବଲାଙ୍ଗୀର: କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଏହା ପ୍ରକୃତରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହି ଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗୀରରୁ । ଏକ ଗରିବ ସ୍ଵାମୀ ନିଜ ଯକ୍ଷ୍ମା ରୋଗରେ ପୀଡ଼ିତ ସ୍ତ୍ରୀର କରାଇ ପାରୁନାହାନ୍ତି ଚିକିତ୍ସା ।

ଅସହାୟ ଅବସ୍ଥାରେ ଯକ୍ଷ୍ମା ରୋଗୀ: ଯକ୍ଷ୍ମା ରୋଗରେ ପୀଡିତ ସ୍ତ୍ରୀ ଚିକିତ୍ସା କରାଇ ପାରୁନାହାନ୍ତି ସ୍ବାମୀ

ବଲାଙ୍ଗୀର ପୁଇନ୍ତଳା ବ୍ଲକ୍ ଠେଲକୋମୁଣ୍ଡା ଗ୍ରାମର ନିଧୀ ହରିପାଲଙ୍କ ସ୍ତ୍ରୀ ବନିତା ହରିପାଲଙ୍କୁ ଗତ ବର୍ଷେ ତଳୁ ଯକ୍ଷ୍ମା ରୋଗ ହୋଇଛି । ତେବେ ନିକଟସ୍ଥ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ନେବାର ପରାମର୍ଶ ଦେଇଥିଲେ । ହେଲେ ଏହାକୁ ଦୁଇ ମାସ ବିତି ଯାଇଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ବାହାରକୁ ନେଇ ପାରୁନାହାନ୍ତି । ଦିନ ମଜୁରିଆ ଭାବରେ କାମ କରି ବହୁ କଷ୍ଟରେ ନିଜ ଚାରି ଶିଶୁ ଓ ପରିବାର ଚଳାଉ ଥିବାବେଳେ ନିଜ ସ୍ତ୍ରୀଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ । ସେପଟେ ସବୁଆଡେ ସାହାଯ୍ୟମାଗି ବିଫଳ ହୋଇଥିବା ଏହି ପରିବାର ଗତ ଏକ ବର୍ଷ ହେବ ଏହି ଭଳି ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ।

ରାଜ୍ୟ ସରକାର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଥିବା ବେଳେ ଏହି ନିୀ ହରିପାଲ କିନ୍ତୁ ଏହି ଯୋଜନାରୁ ବାଦ ପଡିଛନ୍ତି । ସମାନ ଭାବରେ ଯକ୍ଷ୍ମା ନିରାକରଣ ପାଇଁ ମଧ୍ୟ ଅନେକ ଯୋଜନା ଏମାନଙ୍କ କିଛି ଲାଭରେ ଆସିନାହିଁ । ସେପଟେ ଏହି ପରିବାରର ଦୁଃଖ କିଛି ମହିଳା ସଂଗଠନ ଜାଣିବା ପରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ପୀଡ଼ିତ ମହିଳାଙ୍କୁ ବଲାଙ୍ଗୀର ମେଡିକାଲ୍ କଲେଜର ଭର୍ତ୍ତି କରାଇଛନ୍ତି । ତେବେ ଆଗକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଇବାର ବ୍ୟବସ୍ଥା କରାଯିବା ନେଇ ଉଦ୍ୟମ ହେବ ବୋଲି କହିଛନ୍ତି ମହିଳା ସଂଗଠନ । ତେବେ ଆଗକୁ ସରକାର ଏହି ଗରିବ ପରିବାରକୁ ଉଚିତ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details