ଓଡିଶା

odisha

ETV Bharat / state

ନକଲି ଆଦିବାସୀଙ୍କ ବିରୋଦ୍ଧରେ ଆଦିବାସୀ ସଂଘର ଆନ୍ଦୋଳନ - ବଲାଙ୍ଗୀର

ଜିଲ୍ଲାରୁ ନକଲି ଆଦିବାସୀ ହଟାଇବାକୁ ଜୋର ଧରିଛି ଦାବି । ନକଲି ଆଦିବାସୀଙ୍କ ବିରୋଦ୍ଧରେ ଏକାଠି ହୋଇଛନ୍ତି ଶତାଧିକ ଅସଲି ଆଦିବାସୀ । ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନ କରିଛି ଆଦିବାସୀ ସଂଘ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Oct 26, 2019, 1:54 AM IST

ବଲାଙ୍ଗୀର: ନକଲି ଆଦିବାସୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବିକରି ସଶସ୍ତ୍ର ଆନ୍ଦୋଳନ କରିଛନ୍ତି ଆଦିବାସୀ। ଯଦି ପ୍ରଶାସନ ଦାବି ପୂରଣ ନକରେ ଆଗକୁ ଭୟାଭୟ ଆନ୍ଦୋଳନ କରିବାକୁ ଧମକ ଦେଇଛି ଜିଲ୍ଲା ଆଦିବାସୀ ସଂଘ ।

ନକଲି ଆଦିବାସୀଙ୍କ ବିରୋଦ୍ଧରେ ଆଦିବାସୀ ସଂଘର ଆନ୍ଦୋଳନ

ଏହି ଆନ୍ଦୋଳନରେ ଶତାଧିକ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଠ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ନକଲି ଆଦିବାସୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ପ୍ରମୁଖ ଦାବି ରହିଛି ।

2007 ମସିହାରେ ଜିଲ୍ଲା ଆଦିବାସୀ ସଂଘ 300ରୁ ଉର୍ଦ୍ଧ୍ବ ନକଲି ଆଦିବାସୀ ଜିଲ୍ଲାର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଥିବାର ପ୍ରମାଣ ଦେଇଥିଲେ । ଯେଉଁଥିରୁ ଜିଲ୍ଲା ପ୍ରଶାସନ 125 ଜଣଙ୍କ ବିରୁଦ୍ଧରେ ଏଯାବତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ 12 ବର୍ଷରେ ମାତ୍ର 125 ଜଣକ ବିରୁଦ୍ଧରେ ହୋଇଥିବା ନଗଣ୍ୟ କାର୍ଯ୍ୟାନୁଷ୍ଠାନକୁ ଏମାନେ ବିରୋଧ କରିଛନ୍ତି ।

ସେହିପରି ସମ୍ବଲପୁରରେ ଆରଡିସି ନଥିବାରୁ ଅନେକ ଆଦିବାସୀ ମାମଲା ତଦନ୍ତ ନହୋଇ ପଡି ରହିଥିବାରୁ ଶୀଘ୍ର ଆରଡିସି ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସମାନ ଭାବରେ ଅନ୍ୟାନ ଆଠ ଦଫା ଦାବି ଉପସ୍ଥାପିତ କରିଛି ସଂଘ । ଶୀଘ୍ର ଦାବି ପୁରଣ ନହେଲେ ଆଗକୁ ପୁଣି ଭୟାଭୟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଆଦିବାସୀ ସଂଘ ।

ବଲାଙ୍ଗୀର ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details