ଓଡିଶା

odisha

ETV Bharat / state

ଓକିଲ ଆନ୍ଦୋଳନ ପାଇଁ ବଢିପାରେ ପାଟଣାଗଡ ବିଧାୟକଙ୍କ ଅଡୁଆ

ଗିରଫ ପରେ ବି ପାଟଣାଗଡ ବିଧାୟକଙ୍କ ବଢିଲା ଅଡୁଆ । ବଲାଙ୍ଗୀରରେ ଓକିଲ ଆନ୍ଦୋଳନ ଚାଲୁଥିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି । ଫଳରେ ସେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଯୋଗ ଦେଇ ପାରିବେ କି ନାହିଁ ସେନେଇ ସଂଶୟ ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Jun 25, 2019, 8:57 PM IST

ବଲାଙ୍ଗୀର: ଚଳିତ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଯୋଗ ଦେଇ ନ ପାରନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ଜେଇଙ୍କୁ ଅସଦାଚରଣ କରିଥିବା ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ବିଧାୟକଙ୍କୁ ନ ମିଳିପାରେ ଜାମିନ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ବଲାଙ୍ଗୀରରେ ସ୍ଥାପନ ପାଇଁ ଓକିଲ ସଂଘ ଜୁନ୍‌ 30 ପର୍ଯ୍ୟନ୍ତ ଆନ୍ଦୋଳନ କରୁଥିବାରୁ ଏପରି ସ୍ଥିତି ଉପୁଜିପାରେ । ସୂଚନା ଅନୁସାରେ, ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆଜିଠୁ(ମଙ୍ଗଳବାର) ଜୁଲାଇ 2 ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହାରି ଭିତରେ ସେ ବିଧାନସଭାକୁ ଯାଇ ପାରିବେ ନାହିଁ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଥାଉକି, କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଅଭିଯୋଗରେ ବିଧାୟକ ସରୋଜ ମେହେରଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଙ୍କୁ ସାତଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଓକିଲ ମାନଙ୍କର ଏହି ଆନ୍ଦୋଳନ ଯଦି ବଢେ ତାହା ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ।

ସେପଟେ ଗତକାଲି(ସୋମବାର) ବିଧାୟକଙ୍କୁ ପୋଲିସ ଗିରଫ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆଦିବାସୀ ସଂଘ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details