ବଲାଙ୍ଗୀର : ନିଆଁ ପିଣ୍ଡୁଳା ପାଲଟିଛି ବଲାଙ୍ଗୀର । ସକାଳ ହେଲେ ଆକାଶରୁ ବର୍ଷୁଛି ନିଆଁ। ଝାଞ୍ଜି ପବନ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି। ଏତେ ଖରାରେ ଘରୁ ବାହାରକୁ ବାହାରିବା କଷ୍ଟକର ହେଉଛି। ବର୍ତ୍ତମାନ ଜିଲ୍ଲାର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବା ବେଳେ ଆଗକୁ ବଢିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପ୍ରଚଣ୍ଡ ଖରାରେ ସିଝୁଛନ୍ତି ବଲାଙ୍ଗୀରବାସୀ
ସାରା ରାଜ୍ୟରେ ବର୍ଷୁଛି ନିଆଁ। ପ୍ରଚଣ୍ଡ ତାତିରେ ସିଝୁଛି ସହର। ସେହିପରି ବଲାଙ୍ଗୀରରେ ମଧ୍ୟ ପ୍ରବଳ ଖରା। ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡିଛି । ବର୍ତ୍ତମାନ ଜିଲ୍ଲାର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବା ଜଣାପଡିଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର
ଜରୁରୀ କାମ ନଥିଲେ ବାହାରକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଅଂଶୁଘାତ ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ଏବର୍ଷର ଟାଣ ଖରା ଏବେ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ଖରା ବଢିବା ନେଇ ଆତଙ୍କିତ ଅଛନ୍ତି ବଲାଙ୍ଗୀରବାସୀ । ଆଗକୁ କେବେ ଏ ଖରାରୁ ମୁକ୍ତି ମିଳିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ