ଓଡିଶା

odisha

By

Published : Feb 22, 2020, 9:01 PM IST

ETV Bharat / state

କପି ଯୋଗାଇବାକୁ ଲାଞ୍ଚ ନେଉଥିଲେ ଶିକ୍ଷକ ! ଭିଡିଓ ଭାଇରାଲ

ମାଟ୍ରିକ୍ ପରୀକ୍ଷାରେ କପି ଯାଗାଇବା ପାଇଁ ଶିକ୍ଷକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

viral video
କପି ନାମରେ 500 ଟଙ୍କା ଲାଞ୍ଚ ନେଉଥିଲେ ଶିକ୍ଷକ !

ବଲାଙ୍ଗୀର: ମାଟ୍ରିକ ପରୀକ୍ଷାରେ କପି ଯୋଗାଇବା ପାଇଁ ଶିକ୍ଷକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ତେବେ ଭିଡିଓଟି ବଲାଙ୍ଗୀର ଟିଟିଲାଗଡ଼ ବ୍ଲକ ଗଁରେଇ ଗ୍ରାମର ଡଃ.ବି.ଆର. ଆମ୍ବେଦକର ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡିଛି ।

କପି ନାମରେ 500 ଟଙ୍କା ଲାଞ୍ଚ ନେଉଥିଲେ ଶିକ୍ଷକ !

ତେବେ ଭାଇରାଲ ଭିଡିଓରେ ଦେଖାଯାଉଛି ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କ ଠାରୁ ଟଙ୍କା ନେଉଛନ୍ତି । ତେବେ ଡଃ.ବି.ଆର. ଆମ୍ବେଦକର ସ୍କୁଲର ପରୀକ୍ଷା କେନ୍ଦ୍ର ପାଖ ଲେବଡ଼ା ଗ୍ରାମ ପାତ୍ନେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ହୋଇଛି । ତେବେ ବର୍ତ୍ତମାନ ପରୀକ୍ଷା କେନ୍ଦ୍ରରେ ଠିକଠାକ୍ ପରୀକ୍ଷା ଚାଲିଥିବା ବେଳେ ଏହି ଭିଡିଓ ଦ୍ଵନ୍ଦ ସୃଷ୍ଟି କରିଛି।

ସେପଟେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଠାରୁ ଶିକ୍ଷକ ଟଙ୍କା ନେବା କଥାକୁ ସ୍ବୀକାର କରିଛନ୍ତି । ହେଲେ ଏହି ଟଙ୍କା କପି କରାଇବା ପାଇଁ ନୁହେଁ ବରଂ ସ୍କୁଲର ଅତିରିକ୍ତ ଫିସ୍ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ସେହିପରି ଏହି ଭିଡିଓ ଭାଇରାଲ ହେବା ପରେ ବଲାଙ୍ଗୀର ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ନିଜେ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି । ତେବେ ତଦନ୍ତ ପରେ ଏହା ସତ କି ମିଛ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details