ବଲାଙ୍ଗୀର: ପ୍ରେମ ପାଇଁ ସୁପାରି ଦେଇ ହତ୍ୟା । ବଲାଙ୍ଗୀର ଟିଟିଲାଗଡ଼ ଚୋରମରା ଗ୍ରାମର ଗୁର୍ଜୁ ରଣା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କରିଛି ପୋଲିସ । ପ୍ରେମିକାର ବାପାଙ୍କୁ ପ୍ରତିଶୋଧପରାୟଣ ହୋଇ ହତ୍ୟା କରିଛି ଯୁବକ ।
ସୂଚନା ଯେ, ଗତ ଜୁଲାଇ ଦୁଇ ତାରିଖରେ ଟିଟିଲାଗଡ଼ ଚୋମରା ଗ୍ରାମ ନିକଟ ଜଙ୍ଗଲରୁ ଜନୈକ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଥିଲା। ଏବଂ ତଦନ୍ତ ବେଳେ ମୃତ ବ୍ୟକ୍ତି ଜଣକ ଚୋରମରା ଗ୍ରାମର ଗୁର୍ଜୁ ରଣା ବୋଲି ଜାଣିବାକୁ ପାଇଥିଲା । ତେବେ ମୃତ ଗୁର୍ଜୁ ରଣାଙ୍କ ବଡ଼ଝିଅ ନିକଟ ବେଲଗାଁ କଲେଜରେ ପାଠ ପଢୁଥିବା ବେଳେ ସ୍ଥାନୀୟ ଜନେ ଯୁବକ ଆଦିଲ ମହମ୍ମଦ ସହ ତାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାର ଖବର ପରିବାର ଲୋକେ ଜାଣିବା ପରେ ଝିଅର ବାପା ଝିଅର ବିବାହ କଳାହାଣ୍ଡି ଜିଲ୍ଲାରେ କରିଥିଲେ । ତେବେ ଏଥିରେ ପ୍ରେମିକ ଆଦିଲ ମହମ୍ମଦ ପ୍ରତିଶୋଧ ପରାୟଣ ହୋଇ ଝିଅର ବାପା ଗୁର୍ଜୁ ରଣାଙ୍କ ହତ୍ୟା କରିବା ପାଇଁ 6 ଲକ୍ଷ ଟଙ୍କାର ସୁପାରି ଦେଇଥିଲା ।