ଓଡିଶା

odisha

ETV Bharat / state

ପରମ୍ପରା ଆଗରେ ପ୍ରଶାସନ ଫିକା, ରକ୍ତରଞ୍ଜିତ ହେଲା ସୁଲିଆ ପୀଠ - ସୁଲିଆ ପୀଠ

ପୂର୍ବ ପୁରୁଷକୁ ଖୁସି କରିବା ସହିତ ବାଞ୍ଛିତ ମନସ୍କାମନା ପୂରଣ ପାଇଁ ହଜାର ହଜାର ପଶୁଙ୍କ ସହ ଅଗଣିତ ପକ୍ଷୀଙ୍କ ବଳି ପଡିଛି ସୁଲିଆ ପୀଠରେ। ବିଶ୍ବାସ ତଥା ତାଙ୍କ ରୀତିନୀତି ପରମ୍ପରା ଆଗରେ ଫିକା ସରକାରଙ୍କ ପ୍ରଚେଷ୍ଟା। ଅଧିକ ଖବର ପଢନ୍ତୁ...

sulia yatra
ପରମ୍ପରା ଆଗରେ ପ୍ରଶାସନ ଫିକା, ରକ୍ତରଞ୍ଜିତ ହେଲା ସୁଲିଆ ପୀଠ

By

Published : Dec 31, 2019, 5:28 PM IST

ବଲାଙ୍ଗୀର: ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ରୀତିନୀତି ପରମ୍ପରା ଅନୁସାରେ ଆଦିବାସୀ ପୂଜାର୍ଚ୍ଚନା କରିଥିବା ବେଳେ ପଶୁ ପକ୍ଷୀଙ୍କ ବଳି ଦେବା ଆରମ୍ଭ କରିଛନ୍ତି। ଗୋଟିଏ ପଟେ ପ୍ରଶାସନର ନିବେଦନ ଅନ୍ୟପଟେ ପରମ୍ପରା । ଏନେଇ ରକ୍ତରଞ୍ଜିତ ହୋଇଯାଇଛି ସୁଲିଆ ପୀଠ। ଏଥର ମଧ୍ୟ ଆଦିବାସୀ ମାନେ
ସରକାରଙ୍କ କଥାକୁ ନମାନି ନିଜ ପରମ୍ପରାକୁ ବଜାୟ ରଖିବା ପାଇଁ ବଳି ଚଢାଇଛନ୍ତି ।

ପରମ୍ପରା ଆଗରେ ପ୍ରଶାସନ ଫିକା, ରକ୍ତରଞ୍ଜିତ ହେଲା ସୁଲିଆ ପୀଠ

ଏହି ଯାତ୍ରା ପାଇଁ ଗୋଟିଏ ପଟେ ସମଗ୍ର ସୁଲିଆ ପୀଠ ଆଦିବାସୀଙ୍କ ନାଚ ଗୀତ ଓ ବାଦ୍ୟରେ ଦୁଲୁକି ଉଠୁଥିବାବେଳେ ଅନ୍ୟପଟେ ନିରୀହ ପଶୁ ପକ୍ଷୀଙ୍କ ବଳିରେ ପୀଠ ରକ୍ତ ରଞ୍ଜିତ ହୋଇଛି। ଵଲାଙ୍ଗୀରର ମିର୍ଧପାଲି, ଦେଓଗାଁ ସହିତ ସୁଲିଆ ମୁଖ୍ୟ ପୀଠ ଉମରିଆ ଠାରେ ଏହି ସୁଲିଆ ଯାତ୍ରା ପାଳନ ହେଉଛି।

ତେବେ ମୁଖ୍ୟ ସୁଲିଆ ପିଠା ଉମରିଆ ଗ୍ରାମର ସାନ ଖଳା ଓ ବଡ ଖଳାରେ ପ୍ରବଳ ଜନ ସମାଗମ ହୋଇଛି। ମୁଖ୍ୟ ଖଳାରେ ଆଜି ଆଦିବାସୀମାନେ ତାଙ୍କର ରୀତିନୀତି ଅନୁସାରେ ତାଙ୍କ ପୂର୍ବ ପୁରୁଷ ସୁଲିଆ ବୁଢ଼ାଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।

ପ୍ରଥମେ ସେମାନେ ନଡ଼ିଆ ଧୂପରେ ପୂଜା କରିବା ପରେ ପାଟ ବୁକା ବା ଛେଳିର ବଳି ଚଢାଇଛନ୍ତି। ଯାହାପରେ ଲକ୍ଷାଧିକ ମାନସିକଧାରୀ ମଧ୍ୟ ତାଙ୍କ ମନସ୍କାମନା ପୂରଣ ପାଇଁ ବଳି ଚଢାଇ ପୂଜା କରୁଛନ୍ତି । ତେବେ ଆଦିବାସୀଙ୍କ ଅତୁଟ ବିଶ୍ବାସ ତଥା ତାଙ୍କ ରୀତିନୀତି ପରମ୍ପରା ଆଗରେ ଆଜି ପ୍ରଶାସନର ବଳି ବନ୍ଦ ପାଇଁ ହୋଇଥିବା ନିବେଦନ ତଥା ସବୁ ପ୍ରଚେଷ୍ଠା ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ଆଦିବାସୀ ତାଙ୍କ ପୂର୍ବ ପୁରୁଷକୁ ଖୁସି କରିବା ସହିତ ବାଞ୍ଛିତ ମନସ୍କାମନା ପୂରଣ ପାଇଁ ହଜାର ହଜାର ପଶୁଙ୍କ ସହ ଅଗଣିତ ପକ୍ଷୀଙ୍କ ବଳି ଦେଇଛନ୍ତି । ଯେଉଁଥିରେ ଛେଳି ମେଣ୍ଢା ପୋଢ଼ ଓ କୁକୁଡ଼ାଙ୍କ ବଳି ଦେଇ ଭକ୍ତ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପୂଜା କରିଛନ୍ତି ।

ଫଳରେ ସମଗ୍ର ସୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଯାଇଛି । ସେପଟେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତ ଓ ମାନସିକ ଧାରୀଙ୍କ ଏଠି ସମାଗମ ହୋଇଛି । ତେବେ ଏଯାଏଁ ସବୁ କାର୍ଯ୍ୟ ଶୃଙ୍ଖଳାରେ ଚାଲିଥିବାବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନ ମୁକ ସାକ୍ଷୀ ହୋଇ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି।
ଆଦିବାସୀ ନିଜ ପରମ୍ପରା ମୁତାବକ ପୂଜାର୍ଚ୍ଚନା କରି ବଳି ଦେଇଛନ୍ତି ଏବଂ ସମଗ୍ର ସୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details