ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ପୋଲ ଭୁଶୁଡ଼ିବା ଘଟଣାରେ ଜଣେ ଗିରଫ

ସୁକତେଲ ନଦୀ ଉପରେ ନବ ନିର୍ମିତ ପୋଲ ଭୁଶୁଡ଼ିବା ଘଟଣା । ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

By

Published : May 6, 2020, 7:50 PM IST

suktel bridge collapse issue in balangir
ବଲାଙ୍ଗୀରରେ ପୋଲ ଭୁଶୁଡ଼ିବା ଘଟଣାରେ ଜଣେ ଗିରଫ

ବଲାଙ୍ଗୀର :ବଲାଙ୍ଗୀର ଜିଲ୍ଲାର ତମିଆ ମୁଦଲ ସର୍ ଗାଁ ନିକଟରେ ଥିବା ସୁକତେଲ ନଦୀ ଉପରେ ନବ ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସାତ କୋଟି ଟଙ୍କା ବ୍ୟୟରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ଏବଂ କିଛି ମାସ ତଳେ ଏହି ବ୍ରିଜକୁ ଲୋକଙ୍କ ସେବା ପାଇଁ ଉଦଘାଟିତ ମଧ୍ୟ କରାଯାଇ ଥିଲା । ହେଲେ ନିର୍ମାଣର ବର୍ଷେ ନ ପୁରୁଣୁ ବ୍ରିଜ ଦବିବା ଆରମ୍ଭ କରିଥିଲା । ଯାହାକୁ ନେଇ ଗ୍ରାମବାସୀ ନିମ୍ନ ମାନର କାମ ହୋଇଥିବା କହି ଆନ୍ଦୋଳନ ମଧ୍ୟ କରିଥିଲେ ।

ବଲାଙ୍ଗୀରରେ ପୋଲ ଭୁଶୁଡ଼ିବା ଘଟଣାରେ ଜଣେ ଗିରଫ

ତେବେ ଗତ 29 ଏପ୍ରିଲ୍ରେ ଏହି ବ୍ରିଜର ମଝି ଭାଗର ପୋଲ ଭୁଶୁଡ଼ି ପଡ଼ିଥିବା ବେଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଆଧାର କରି ପାଟଣାଗଡ ପୋଲିସ ଏହି ବ୍ରିଜ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ନେଇଥିବା ସଞ୍ଜୟ ଅଗ୍ରୱାଲ ଫେରାର ଥିବାବେଳେ ବୁଧବାର ତାଙ୍କ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଦିନେଶ ନାୟାରକୁ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାର ବିଭାଗୀୟ ତଦନ୍ତ ଚାଲିଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ...

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details