ଓଡିଶା

odisha

ETV Bharat / state

ଚିନିକଳ ପୁନର୍ବାର ଚାଲୁ କରିବା ଦାବିରେ ଆନ୍ଦୋଳନ

ବଲାଙ୍ଗୀର ଏକମାତ୍ର କୃଷିଭିତ୍ତିକ କାରଖାନା ଚିନି କଳକୁ ଚାଲୁ କରିବା ନେଇ ବୁଧବାର ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି।

By

Published : Nov 13, 2019, 11:14 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଚିନି କଳ ଚାଲୁ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ। ବଲାଙ୍ଗୀରର ଏକମାତ୍ର କୃଷିଭିତ୍ତିକ କାରଖାନା ଚିନିକଳକୁ ପୁଣିଥରେ ଚାଲୁ କରିବା ନେଇ ବୁଧବାର ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ଆନ୍ଦୋଳନ କରାଯାଇଛି। ଜିଲ୍ଲାରେ ଥିବା ଏକମାତ୍ର କୃଷିଭିତ୍ତିକ କାରଖାନା ଚିନି କଳ ଦୀର୍ଘ ସାତ ବର୍ଷ ହେବ ବନ୍ଦ ହୋଇ ପଡ଼ିଛି। ବଲାଙ୍ଗୀରର ସାଗରପାଲିରେ ଥିବା ଏହି ଚିନି କଳରେ ଦୁର୍ନୀତି ହୋଇଥିବା ଓ ଋଣ ଖିଲାଫି ଯୋଗୁଁ ସରକାର ଏହାକୁ ବନ୍ଦ କରି ଦେଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ସେବେଠାରୁ ଏହି ଚିନି କଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଏହାକୁ ଚାଲୁ କରିବା ପାଇଁ ଆଦିବାସୀ ଓ ଭିଲେଜର ପାର୍ଟି ଦ୍ଵାରା ବୁଧବାର ଶତାଧିକ ସଦସ୍ୟ ଦେଓଗାଁରୁ ଶୋଭାଯାତ୍ରାରେ ବାହାରି ସାଗରପାଲି ଚିନି କଲକୁ ଆସିଥିଲେ। ଏହାପରେ ସେଠାରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ଚିନି କଳକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details