ଓଡିଶା

odisha

ETV Bharat / state

ଶବକୁ ମିଳିଲାନି ଜାତିଭାଇଙ୍କ କାନ୍ଧ, ସତ୍କାର କଲେ ସ୍ବେଚ୍ଛାସେବୀ ସଙ୍ଗଠନ - Social Activist

ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଶବ। ହେଲେ ସତ୍କାର କରିବାକୁ ଆସିଲେନି କେହି । କାରଣ ତାଙ୍କର ଦୋଷ ଥିଲା ଅନ୍ୟ ଜାତିର ଝିଅକୁ ବିବାହ କରିବା। ଶେଷରେ ସ୍ବେଚ୍ଛାସେବୀ ସଙ୍ଗଠନ ଶବ ସତ୍କାର କଲେ। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଧିନସ୍ଥ କୁତୁର୍ଲ ଗ୍ରାମରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Feb 22, 2019, 1:04 PM IST

ବଲାଙ୍ଗିର: ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଶବ। ହେଲେ ସତ୍କାର କରିବାକୁ ଆସିଲେନି କେହି । କାରଣ ତାଙ୍କର ଦୋଷ ଥିଲା ଅନ୍ୟ ଜାତିର ଝିଅକୁ ବିବାହ କରିବା । ଶେଷରେ ସ୍ବେଚ୍ଛାସେବୀ ସଙ୍ଗଠନ ଶବ ସତ୍କାର କରିଥିଲେ। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଧିନସ୍ଥ କୁତୁର୍ଲ ଗ୍ରାମରେ।

ଗ୍ରାମର ବାଇଦ ଗଡତିଆ ନାମକ ଜଣେ ବ୍ୟକ୍ତି ସାମାଜିକ ବନ୍ଧନ ଫିଟାଇ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲେ । ଏହାକୁ ନେଇ ତାଙ୍କ ସମାଜ ପରିବାରକୁ ଏକଘରକିଆ କରିଥିଲା । ଅନ୍ୟ ଜାତିରେ ବିବାହ କରିଥିବାରୁ ନିଜ ଜାତି ବାସନ୍ଦ ମଧ୍ୟ କରିଥିଲା । ତେବେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିଲେ ବି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇନାହିଁ । ଗତକାଲି ଗୁରୁବାରତାଙ୍କର ଅଶୀ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ବେଳେ ମଶାଣୀ ପର୍ଯ୍ୟନ୍ତ ନେବାକୁ ଉକ୍ତ ସମାଜର ଚାରିକାନ୍ଧ ବି ତାଙ୍କୁ ମିଳିନାହିଁ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସେପଟେ ଏକ ମାତ୍ର ପୁଅ ମୃତଶରୀରକୁ ମଶାଣିକୁ ନେଇ ନପାରିବାରୁ ଦୀର୍ଘ 6 ଘଣ୍ଟା ଧରି କୁଡିଆ ଘରେ ଶବ ପଡି ରହିଥିଲା। କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିରର 'ବିଂ ହ୍ୟୁମାନ ଫାଉଣ୍ଡେସ' ର କର୍ମକର୍ତ୍ତା ଗାଁରେ ପହଞ୍ଚିଥିଲେ । ସେମାନଙ୍କ ସହାୟତାରେ ପୁଅ, ପାଖ ନଦୀ ତୋଟାରେ ଶବ ସତ୍କାର କରିଛନ୍ତି।

କୁତୁର୍ଲ ଗ୍ରାମବାସୀ ଓ ଜାତି ତଥା ସମାଜର ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଥିବାବେଳେ ସ୍ୱେଚ୍ଛାସେବୀଙ୍କ ଏହି ମହନୀୟତାକୁ ସବୁଠି ପ୍ରଶଂସା କରାଯାଇଛି।

ବଲାଙ୍ଗିରରୁ ସେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details