ଓଡିଶା

odisha

ETV Bharat / state

ବନ୍ୟା ପରେ ସୁଧୁରିନି ବଲାଙ୍ଗୀର ସ୍ଥିତି - ବଲାଙ୍ଗୀର

ଛାଡି ଗଲାଣି ବନ୍ୟା । ହେଲେ କମୁନି ଦୁଃଖ । ବନ୍ୟାରେ ଘର ଭାଙ୍ଗିଥିବାରୁ ସ୍କୁଲ ଘରେ କଟୁଛି ଜୀବନ । ବନ୍ୟା ସମୟରେ 7 ଦିନ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇ ଦାୟିତ୍ବ ସାରିଦିଆଯାଇଛି । ସେପଟେ ନିଜର ସର୍ବସ୍ବ ହରାଇ ସରକାରଙ୍କ ରିଲିଫ୍‌କୁ ଅନାଇ ବସିଛନ୍ତି ବଲାଙ୍ଗୀରବାସୀ ।

ଡିଜାଇନ ଫଟୋ

By

Published : Aug 20, 2019, 10:50 PM IST

ବଲାଙ୍ଗୀର: ଛାଡି ଗଲାଣି ବନ୍ୟା । ହେଲେ କମୁନି ଦୁଃଖ । ବନ୍ୟାରେ ଘର ଭାଙ୍ଗିଥିବାରୁ ସ୍କୁଲ ଘରେ କଟୁଛି ଜୀବନ । ଲଗାଣ ବର୍ଷାରେ ଅଚାନକ ଆସିଥିବା ବନ୍ୟା ପରେ ବଲାଙ୍ଗୀରର ଏବେ ଏପରି ସ୍ଥିତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବନ୍ୟା ସମୟରେ 7 ଦିନ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇ ଦାୟିତ୍ବ ସାରିଦିଆଯାଇଛି । ସେପଟେ ନିଜର ସର୍ବସ୍ବ ହରାଇ ସରକାରଙ୍କ ରିଲିଫ୍‌କୁ ଅନାଇ ବସିଛନ୍ତି ଲୋକେ । ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଅର୍ଥ କେବେ ମିଳିବ ତାହା ଅନିଶ୍ଚିନ୍ତତା ଭିତରେ ଥିବାବେଳେ ଲୋକେ ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଗତ 13 ଓ 14 ତାରିଖରେ ଲଗାଣ ବର୍ଷାରେ ବଲାଙ୍ଗୀରରେ ବନ୍ୟା ଆସିଥିଲା । ଯେଉଁଥିରେ ବଲାଙ୍ଗୀର ସହର ସମେତ ପୁରା ଜିଲ୍ଲା ପାଣିରେ ଡୁବି ଯାଇଥିଲା । ପ୍ରାୟ 50 ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିବାବେଳେ ହଜାରେରୁ ଅଧିକ ଘର ଭାଙ୍ଗି ଯାଇଥିଲା । ଚାଷ ଉଜୁଡି ଯାଇଥିଲା । ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଯାହାର ମରାମତି ହୋଇନି ।

ଏପରି ଅଚାନକ ବନ୍ୟା ଦେଖିନଥିବା ବଲାଙ୍ଗୀର, ଏହା ପାଇଁ ଅପ୍ରସ୍ତୁତ ଥିଲା । ଫଳରେ ଏପର୍ଯ୍ୟନ୍ତ ବି ସୁଧୁରୁନି ସ୍ଥିତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେପଟେ 15 ଦିନ ଭିତରେ ସବୁକିଛି ଠିକ୍‌ ହେବ ବୋଲି ପ୍ରଶାସନ କହୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details