ଓଡିଶା

odisha

ETV Bharat / state

ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷା ସହାୟକ

ଚାକିରୀ ନିୟମିତ କରିବା ଦାବିରେ ଜିଲ୍ଲାର ଶିକ୍ଷା ସହାୟକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବଲାଙ୍ଗୀରର ଶତାଧିକ ଶିକ୍ଷା ସହାୟକ । ଅଧିକ ପଢନ୍ତୁ...

ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଉହ୍ଲାଇଲେ ଶିକ୍ଷା ସହାୟକ
ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଉହ୍ଲାଇଲେ ଶିକ୍ଷା ସହାୟକ

By

Published : Mar 24, 2021, 10:41 PM IST

ବଲାଙ୍ଗୀର: ଚାକିରୀ ନିୟମିତ କରିବା ଦାବିରେ ଜିଲ୍ଲାର ଶିକ୍ଷା ସହାୟକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଏହି ଶିକ୍ଷା ସହାୟକମାନେ ଗତ 2013-14 ବର୍ଷରେ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପାଇବାର ଏବେ 6 ବର୍ଷ ଅତିକ୍ରମ କରିସାରିଛି । ତେବେ ନିୟମାନୁସାରେ 6 ବର୍ଷ ଅତିକ୍ରମ କଲାପରେ ଏମାନେ ଚାକିରୀରେ ନିୟମିତ ନିଯୁକ୍ତି ପାଇବା କଥା । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ନିଯୁକ୍ତି ମିଳିସାରିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏହି ବ୍ୟତିକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷା ସହାୟକ ।

ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଉହ୍ଲାଇଲେ ଶିକ୍ଷା ସହାୟକନିୟମିତ କରିବା ଦାବିରେ ଆନ୍ଦୋଳନକୁ ଉହ୍ଲାଇଲେ ଶିକ୍ଷା ସହାୟକ

ଯଦିଓ ଏଥିପାଇଁ ସରକାରଙ୍କ ପକ୍ଷ୍ୟରୁ ଚିଠି ଆସିଥିବା ଏମାନେ ସ୍ପଷ୍ଟ କରିଛନ୍ତି ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଏମାନଙ୍କୁ ନିୟମିତ କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ଆଜି ଶତାଧିକ ଶିକ୍ଷା ସହାୟକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ଯାଏଁ ଏମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details