ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ସଟଡାଉନକୁ ସାଧାରଣ ଲୋକଙ୍କ ସମର୍ଥନ - balangir

ବଲାଙ୍ଗୀର ଜିଲ୍ଲାକୁ ଶନିବାର ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସଟ ଡାଉନ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନର ନିୟମକୁ କଡାକଡି ଭାବରେ ପାଳନ କରା ଯାଉଥିବାବେଳେ ଲୋକେ ମଧ୍ୟ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

shut-down-succesful-in-balangir
shut-down-succesful-in-balangir

By

Published : Jun 6, 2020, 3:47 PM IST

ବଲାଙ୍ଗୀର: ଦିନକୁ ଦିନ ରାଜ୍ୟରେ କୋରୋନା ମାମଲା ବଢୁଥିବାରୁ ରାଜ୍ୟ ସରକାର 11ଟି ଜିଲ୍ଲାରେ ସପ୍ତାହର ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଯେଉଁଥିରେ ଆଜି (ଶନିବାର) ବଲାଙ୍ଗୀର ମଧ୍ୟ ସାମିଲ ରହିଛି । ଏଥିପାଇଁ ଆଜି ସକାଳୁ ଜିଲ୍ଲା ପ୍ରଶାସନ କଡାକଡି ଭାବରେ ଏହାକୁ ପାଳନ କରୁଛି । ଅନ୍ୟପଟେ ଲୋକେ ମଧ୍ୟ ଏହି ସଟଡାଉନକୁ ସମର୍ଥନ ଦେଇ ଘରୁ ବାହାରି ନାହାଁନ୍ତି ।

ସଟ ଡ଼ାଉନକୁ ବଲାଙ୍ଗୀରରେ ସାଧାରଣ ଲୋକଙ୍କ ସମର୍ଥନ

ସେହିପରି ପୋଲିସ ପକ୍ଷରୁ ମଧ୍ୟ ସାରା ଜିଲ୍ଲାରେ ବ୍ୟାପକ ପୋଲିସ ମୁତୟନ କରାଯିବ ସହ ରାସ୍ତାରେ କଡାକଡି ଯାଞ୍ଚ କରାଯାଉଛି । ତେବେ ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନକୁ ଛାଡି ବାକି ଅନ୍ୟସବୁ ବନ୍ଦ ରହିଛି । ସେପଟେ ବଲାଙ୍ଗୀରରେ କୋରୋନା ଶତକ ପାର ହୋଇଥିବା ବେଳେ ଏହି ସବୁ ନିୟମକୁ ମାନିଲେ ସଂକ୍ରମଣ ରୋକାଯାଇ ପାରିବ ବୋଲି ଏସପି କହିଛନ୍ତି । ଏହାସହ ଲୋକଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details