ବଲାଙ୍ଗୀର: ଗତକାଲି(ଗୁରୁବାର) ବଲାଙ୍ଗୀର ଟାଉନ ପୋଲିସ ଗୋଟିଏ ଘରେ ଚଢ଼ାଉ କରି ସେକ୍ସ ରାକେଟ ଠାଵ କରିଥିଲା । ଏଥିରେ ଦୁଇଜଣ ଯୁବତୀଙ୍କ ସହ ତିନି ଜଣ ଯୁବକକୁ ଗିରଫ କରିବା ସହ ପୋଲିସ ସେମାନଙ୍କ ଠାରୁ ବ୍ୟାପକ ମାତ୍ରାରେ ଆପତ୍ତିଜନକ ସାମଗ୍ରୀ, ଆଠଟି ମୋବାଇଲ, ଗୋଟିଏ ମୋଟର ସାଇକଲ ସହ 14 ହଜାର 550 ଟଙ୍କା ଜବତ କରିଛି । ଏହାସହ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତେବେ ବଲାଙ୍ଗୀରରେ ଦୀର୍ଘଦିନରୁ ସ୍ଥାନୀୟ ମେଡିକାଲ କଲେଜ ନିକଟରେ ଚାଲିଥିବା ଏହି ସେକ୍ସ ରାକେଟକୁ ଠାବ କରିଥିଲା ପୋଲିସ। ଗୁରୁବାର ବଲାଙ୍ଗୀର ଟାଉନ ପୋଲିସ ଜଣେ ମହିଳାଙ୍କ ଘରେ ଚଢ଼ାଉ କରିବା ସହ ଏହି ସେକ୍ସ ରେକେଟ ଠାଵ କରିଥିଲା । ଏଥିରେ ଦୁଇଜଣ ଯୁବତୀଙ୍କ ସହ ତିନି ଜଣ ଯୁବକକୁ ଗିରଫ କରିଥିଲା।