ବଲାଙ୍ଗୀର: ସଧବା ନାରୀମାନଙ୍କ ପାଇଁ ଆଜି ହେଉଛି ପବିତ୍ର ଦିନ । ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ସଧବାମାନେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ ।
କୋରୋନା କଟକଣାରେ ପାଳିତ ହେଲା ସାବିତ୍ରୀ ବ୍ରତ
ବଲାଙ୍ଗୀରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ସାବିତ୍ରୀ ଓଷା । ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ସଧବାମାନେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ଅଧିକ ପଢନ୍ତୁ...
ଆଜି(ଗୁରୁବାର) ବଲାଙ୍ଗୀରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ସାବିତ୍ରୀ ଓଷା । ତେବେ ସ୍ୱାମୀର ଦୀର୍ଘାୟୁ କାମନା କରି ଆଜି ଏଠିକାର ମହିଳାମାନେ ନିର୍ଜଳା ଉପବାସ ରଖିଥିଲେ । ଏଥିସହିତ ସେମାନେ ବଟ ଓ ପିପଲ ବୃକ୍ଷକୁ ପୂଜା ଅର୍ଚ୍ଚନା କରିଥିଲେ ।
ସେହିପରି ପରେ ଲକ୍ଷ୍ମୀ ନାରାୟଣ ଭଗବାନକୁ ପୂଜା କରିବା ସହ ସାତ ପ୍ରକାରର ଫଳକୁ ଭୋଗ ଲଗାଇଛନ୍ତି । ସମାନ ଭାବରେ ଏହା ପରେ ସେମାନେ ନିଜର ସ୍ୱାମୀଙ୍କୁ ବନ୍ଧା ପନା କରିଛନ୍ତି । ତେବେ ଏଥର କୋରୋନା ଯୋଗୁଁ ଅଳ୍ପ ସଂଖ୍ୟକ ମହିଳା ଏକାଠି ହୋଇ କୋରୋନା କଟକଣା ମାନି ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ରୀତିନୀତି ଅନୁସାରେ ଏହି ସାବିତ୍ରୀ ଓଷା ବ୍ରତ ପାଳନ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ