ବଲାଙ୍ଗୀର: ଜିଲ୍ଲା ବେଲପଡ଼ା ବ୍ଲକରେ ଗୁରୁବାର ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରିଥିଲେ ଚାଷୀ । ରାସ୍ତାରୋକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା।
ନୂତନ କୃଷି ବିଲ ପାରିତ ହେବାପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି। ଚାଷୀମାନଙ୍କୁ ହତାସ କରିବା ପାଇଁ ଏହି ପାରିତ ହୋଇଥିବା ନେଇ ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ସଂଗଠନ। ଏହି ରାସ୍ତାରୋକ ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ ହୋଇଥିଲେ। ବେଲପଡ଼ା କଲେଜ୍ ଛକ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ଚାଷୀ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶତାଧିକ ଯାନବାହାନ ଫସି ରହିଥିବା ଦେଖିବାକୁ ମିଳିଥିଲା। ଏହାସହ ରାସ୍ତାରୋକ ଯୋଗୁଁ ହଜାର ଯାତ୍ରୀମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।