ଓଡିଶା

odisha

ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା, ଗାଁକୁ ଏଯାଏଁ ହୋଇନି ରାସ୍ତା - ବେହେରେନ୍ ସିଲେଟ ଗ୍ରାମ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବଲାଙ୍ଗୀର ତୁରେକେଲା ବ୍ଲକ ଅନ୍ତର୍ଗତ ବେହେରେନ୍ ସିଲେଟ ଗ୍ରାମକୁ ଏଯାଏଁ ହୋଇପାରିନି ରାସ୍ତା । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା, ଗାଁକୁ ଏଯାଏଁ ହୋଇନି ରାସ୍ତା
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା, ଗାଁକୁ ଏଯାଏଁ ହୋଇନି ରାସ୍ତା

By

Published : Oct 8, 2021, 7:59 PM IST

ବଲାଙ୍ଗୀର: ଉପାନ୍ତରେ ଥିବା ଏକ ଗାଁକୁ ଭଲ ପକ୍କା ରାସ୍ତା ଖଣ୍ଡିଏ ଆଜି ଯାଏଁ ହୋଇପାରି ନାହିଁ । ତେବେ ଏହାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଗାଁରେ ନିର୍ମାଣ ହୋଇପାରିନାହିଁ ରାସ୍ତା । ଯାହାକୁ ନେଇ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଆଗକୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା, ଗାଁକୁ ଏଯାଏଁ ହୋଇନି ରାସ୍ତା

ଏହି ରାସ୍ତା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଗାଁକୁ ପକ୍କା ସଡ଼କ ହୋଇନାହିଁ। ଏଭଳି ଅଭିଯୋଗ ଆସିଛି ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁ ଅନକା ଗ୍ରାମ ପଞ୍ଚାୟତର ବେହେରେନ୍ ସିଲେଟ ଗ୍ରାମରୁ । ଏହି ଗ୍ରାମର ଲୋକେ ପଞ୍ଚାୟତ କାମ ପାଇଁ ଚଟୁ ଅନକା ଗ୍ରାମ ଉପରେ ନିର୍ଭର କରିଥାନ୍ତି । ସେହିପରି ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ କାମ ପାଇଁ ଏମାନେ କଣ୍ଟାବାଞ୍ଜି ସହର ଉପରେ ନିର୍ଭର କରିଥାନ୍ତି । ହେଲେ ଏହି ଦୁଇ ସ୍ଥାନକୁ ଆସିବା ପାଇଁ କାଦୁଅ ଓ ଖାଲଢିପ କଚ୍ଚା ସଡ଼କ ହିଁ ସାହା ଭରସା ପାଲଟିଛି ।

ସେପଟେ ଅନ୍ୟ ଏକ ରାସ୍ତା ଦେଇ କଣ୍ଟାବାଞ୍ଜି ଆସିବାକୁ ହେଲେ ଏମାନଙ୍କୁ ଦୀର୍ଘ 12 କିମି ଯିବାକୁ ପଡ଼ିଥାଏ । ମାତ୍ର ୨ କିମି ପଡ଼ୁଥିବା ଏହି ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି । ଯାହାପାଇଁ ଏଠିକାର ଲୋକେ ଦୀର୍ଘ ଦିନରୁ ଆନ୍ଦୋଳନ କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ । ତେବେ ଏହି ବେହେରେନ ସିଲେଟ ଗ୍ରାମର ଲୋକ ରାସ୍ତାର ଉନ୍ନତୀକରଣ ପାଇଁ ଦୀର୍ଘ ଦିନରୁ ଆନ୍ଦୋଳନ ଧାରଣା ଦେଇ ଆସୁଛନ୍ତି । ହେଲେ ଏହାକୁ କେହି ଶୁଣୁ ନଥିବା ବେଳେ ଏମାନେ ଗତ 2020 ନଭେମ୍ବର ମାସରେ ଓଡ଼ିଶା ହାଇକୋର୍ଟଙ୍କ ପାଖରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି ।

କୋର୍ଟ ଏହାର ଶୁଣାଣି କରି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅକ୍ଟୋବର 11 ତାରିଖ 2021 ସୁଦ୍ଧା ଗ୍ରାମବାସୀ ତଥା କୋର୍ଟଙ୍କୁ ଜଣାଇବାକୁ କହିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ ସଂପୃକ୍ତ ପଞ୍ଚାୟତ ଏହି ରାସ୍ତା କାମ କରିବ ବୋଲି କହିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ସନ୍ତୁଷ୍ଟ ନ ଥିବା ବେଳେ ଆଗକୁ ପୁଣି ଆନ୍ଦୋଳନ ଓ ଦରକାର ପଡିଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details