ଓଡିଶା

odisha

ETV Bharat / state

ନୂଆ ରୂପ ପାଇବ ମହାରାଣୀ ସାଗର, ପୁନରୁଦ୍ଧାର ପାଇଁ ଫିଟିଲା ବାଟ - ବଲାଙ୍ଗୀରର ମହାରାଣୀ ସାଗର

ମହାରାଣୀ ସାଗର ପୁନରୁଦ୍ଧାର ପାଇଁ ଫିଟିଲା ବାଟ । ଖୁବଶୀଘ୍ର ପୁନରୁଦ୍ଧାର କାମ ଆରମ୍ଭ ହେବା ନେଇ ପୌରାଧ୍ୟକ୍ଷା ଲିକା ସାହୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ମହାରାଣୀ ସାଗର
ମହାରାଣୀ ସାଗର

By

Published : Feb 13, 2023, 12:28 PM IST

Updated : Feb 13, 2023, 12:52 PM IST

maharani sagar

ବଲାଙ୍ଗୀର:ଶୀଘ୍ର ଆରମ୍ଭ ହେବ ମହାରାଣୀ ସାଗର ପୁନରୁଦ୍ଧାର କାମ । କାମ ପାଇଁ ମୁଖ୍ୟ ବାଧକ ସାଜିଥିବା ଜବରଦଖଲକାରୀଙ୍କୁ ଅନ୍ୟତ୍ର ଥଇଥାନ ପରେ ସମାଧାନର ବାଟ ଫିଟିଛି । ଅନେକ ବାଦବିବାଦ ପରେ ଏହାର କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ରାଜା ଅମଳର ମହାରାଣୀ ସାଗର ଦିନେ ବଲାଙ୍ଗୀର ସହରର ଜୀବନ ରେଖା ଭାବରେ ପରିଚିତ ହେଉଥିଲା । ସହରବାସୀଙ୍କୁ ଏହି ସାଗରର ପାଣି ପିଇବା ପାଇଁ ଯୋଗାଇ ଦିଆ ଯାଉଥିଲା । ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏହି ମହାରାଣୀ ସାଗର ଏବେ ଅଦରକାରୀ ହୋଇ ପଡିଛି । କାଳକ୍ରମେ ଏବେ ଏହା ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇ ପଡିଛି । ତେବେ ଏହାର ବିକାଶ ଓ ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲା । ଯାହାକୁ ନେଇ ରାଜ୍ୟ ସରକାର 2021 ବର୍ଷରେ ଏହାର ପୁନରୁଦ୍ଧାର ପାଇଁ 21 କୋଟି ଟଙ୍କା ପ୍ରଦାନ କରିଥିଲେ ।

ସେହି ସମୟରେ ପୌରପରିଷଦ ଅଧିକାରୀ ତରବରିଆ ଭାବରେ ଏହାର ଡ଼ିପିଆର ପ୍ରସ୍ତୁତ କରିଥିଲେ । କିନ୍ତୁ ତ୍ରୁଟି ଯୋଗୁଁ କାମ ଆରମ୍ଭ ହୋଇପାରୁନଥିଲା । କିଛି ଗରିବ ଲୋକ ଦୀର୍ଘ 35 ବର୍ଷରୁ ଜବରଦଖଲ କରି ରହି ଆସୁଥିଲେ । ତେବେ ଏସବୁ ସମସ୍ୟା ଯୋଗୁଁ କାମ ଆଗେଇ ପାରୁନଥିଲା । ନୂତନ ପୌର ପରିଷଦ କାଉନ୍ସିଲ ଗଠିତ ହେବା ପରେ ଗତ ଜାନୁଆରୀ ମାସ 13 ତାରିଖରେ ଭାରତର ଲେକ୍‌ ମେନ୍‌ ଆନନ୍ଦ ମାଲଗୁଡ଼ିଆ ଓ ରାଜ୍ୟର ବୈଷୟିକ ଟିମ୍‌ ବଲାଙ୍ଗୀର ଆସି ଏହି ସାଗର ବିକାଶ ପାଇଁ ନୂଆ ରୂପରେଖ ପ୍ରସ୍ତୁତ କରିଥିଲେ । ସେହିପରି ଏଠି ଜବରଦଖଲ କରି ରହି ଆସୁଥିବା ଗରିବ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରି କାମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ବାଣୀବିହାରରେ JNU ତାତି, ଦୁଇ ଅଣଛାତ୍ର ଗିରଫ

ପୌର ପରିଷଦ ଏଥିରେ ତ୍ୱରିତ ପଦକ୍ଷେପ ନେଇ ଏଠିକାର ଗରିବ 16ଟି ପରିବାରକୁ ଜାଗା ମିଶନ ଜରିଆରେ ଜମି ପଟ୍ଟା ପ୍ରଦାନ କରିଛି । ଯାହା ପରେ ଏଠାରେ କାମ ଶୀଘ୍ର ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ତେବେ ଦୀର୍ଘ 35 ବର୍ଷରୁ ଏଠି ରହୁଥିବା ଗରିବ ଲୋକଙ୍କ ମନରେ ଏହି ସ୍ଥାନ ଛାଡିବା ନେଇ ମନରେ କୋହ ରହିଛି । ସେପଟେ ପୌରାଧ୍ୟକ୍ଷା ଲିକା ସାହୁ 16ଟି ପରିବାରକୁ ଜାଗା ମିଶନ ଯୋଜନାରେ ସ୍ଥାନୀୟ ବିଷ୍ଣୁ ମୁଣ୍ଡା ଆଦର୍ଶ କଲୋନୀରେ ଜମି ଦିଆ ଯାଇଛି ବୋଲି କହିଛନ୍ତି । ସେହିପରି ତାଙ୍କ ଘର ତିଆରି ହେବା ଚାରି ମାସ ପର୍ଯ୍ୟନ୍ତ ତାଙ୍କୁ 12 ହଜାର ଟଙ୍କା ଘର ଭଡା ବାବଦରେ ମଧ୍ୟ ଦିଆ ଯିବ ବୋଲି ସେ କହିଛନ୍ତି । ସେମାନେ ବିଜୁଳି, ଶିକ୍ଷା ସ୍ୱାସ୍ଥ୍ୟ ଭଳି ଅନ୍ୟାନ୍ୟ ସବୁ ସୁବିଧା ସେହି ଆଦର୍ଶ କଲୋନୀରେ ପାଇବେ ବୋଲି ସେ କହିଛନ୍ତି । ସେମାନଙ୍କୁ ଥଇଥାନ କରିବା ପରେ ମହାରାଣୀ ସାଗରର ବିକାଶ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ପୌରାଧ୍ୟକ୍ଷା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 13, 2023, 12:52 PM IST

ABOUT THE AUTHOR

...view details