ବଲାଙ୍ଗୀର: ଜିଲ୍ଲାର ଟିଟିଲାଗଡରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ ହୋଇଛି ରାଣୀ ସତୀ ଦେବୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । 10 ଦିନ ଧରି ଚାଲିଥିବା ଏହି ଉତ୍ସବରେ 151 ଫୁଟ ଲମ୍ବର ଚୁନରୀ (ଓଢଣୀ) ଶୋଭାଯାତ୍ରା କରାଯିବା ପରେ ମାଆଙ୍କ ପାଖରେ ଲାଗି ହୋଇଛି । ବିଶ୍ବ ଶାନ୍ତି ପାଇଁ ଦାଦି ମାଆଙ୍କ ପାଖରେ ମହିଳାମାନେ ପୂଜାର୍ଚ୍ଚନା କରିଛନ୍ତି । ବଲାଙ୍ଗୀର ଟିଟିଲାଗଡରେ ମାରୱାଡ଼ି ସମ୍ପ୍ରଦାୟ ମହିଳା ମାନେ ଅତି ଶ୍ରଦ୍ଧା ଓ ଭକ୍ତିର ସହ ଏହାକୁ ପାଳନ କରିଥାନ୍ତି ।
ଏହାମଧ୍ୟ ପଢନ୍ତୁ.. ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ
ଏହି ଉତ୍ସବରେ ନାରୀ ଶକ୍ତି ତଥା ମାଆ ଦୁର୍ଗାଙ୍କ ସ୍ୱରୂପ ରାଣୀ ସତୀ ଦେବୀ ଦାଦି ମାଆଙ୍କ ଏହି ବିଶେଷ ପୂଜା ହୋଇଥାଏ । ଯେଉଁଥିରେ ବିଶେଷ କରି ମହିଳା ମାନେ ସବୁ ପୂଜା କାର୍ଯ୍ୟ କରିବା ସହ ଭଜନ କୀର୍ତ୍ତନରେ ମଜ୍ଜି ଯାଇଥାନ୍ତି । ତେବେ ପରମ୍ପରା ଅନୁସାରେ ଦାଦି ମାଆଙ୍କ ଏହି ସ୍ବତନ୍ତ୍ର ପୂଜା ଏଠି 10 ଦିନ ଧରି ଚାଲିଥାଏ । ଯେଉଁଥିରେ ମାଙ୍କୁ 'ସୁହାଗନ୍' ଟୋକେଇ ଲାଗି କରିବା ସହ ପୂଜାର୍ଚ୍ଚନା କରଯାଇଥାଏ । ସେହିପରି ମାନ୍ୟତା ଅଛି ଯେ ଏହି ଟୋକେଇ ଧରି ଆସୁଥିବା ମହିଳାଙ୍କ ପରିବାରରେ ସୁଖ ଶାନ୍ତି ଆସିଥାଏ । ଏବଂ ତାଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ସେହିପରି ପୂଜାର୍ଚ୍ଚନା କରାଯାଇ ମାଆଙ୍କ ଠାରେ ଚୁନରି (ଓଢଣୀ) ଲାଗି ହୋଇଥାଏ ।