ବଲାଙ୍ଗୀର: ଆଜି (ଗୁରୁବାର) ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବଲାଙ୍ଗୀର କେନ୍ଦୁପତ୍ର ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ତେବେ 20 ଦଫା ଦାବି ପୂରଣ ନହେଲେ ଆଗକୁ ଏମାନେ ଗୁଚ୍ଛା କଟିଂ କରିବେ ନାହିଁ ବୋଲି ଦେଇଛନ୍ତି ଚେତାବନୀ। ଏଥିରେ ବଲାଙ୍ଗୀର କେନ୍ଦୁ ପତ୍ର ଡିଭିଜନ ସମେତ ରାଜ୍ୟର ସମସ୍ତ 8ଟି କେନ୍ଦୁପତ୍ର ଡିଭିଜନର କର୍ମଚାରୀ ମାନେ ସାମିଲ ହୋଇଥିଲେ।
ତେବେ ରାଜ୍ୟରେ 14 ଲକ୍ଷ କେନ୍ଦୁପତ୍ର କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରୁଥିବା ବେଳେ ରାଜ୍ୟ ସରକାର ଏଥିରେ 400 କୋଟି ଟଙ୍କାର ରାଜସ୍ବ ଲାଭ କରୁଛନ୍ତି। ସରକାର ଏହି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ସବୁକୁ ଆଜିଯାଏଁ ଅଣଦେଖା କରୁଥିବାର ଏମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ଆଗରେ 20 ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି।