ଓଡିଶା

odisha

ETV Bharat / state

କେନ୍ଦ୍ର କୃଷି ଆଇନକୁ ବିରୋଧ, 23ରେ ବିଶାଳ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି

କେନ୍ଦ୍ର କୃଷି ଆଇନକୁ ବିରୋଧ । 23ରେ ବିଶାଳ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି । ଅଧିକ ପଢନ୍ତୁ...

Preparations for a large farmers' rally on the 23rd in bhubaneswar
କେନ୍ଦ୍ର କୃଷି ଆଇନକୁ ବିରୋଧ,23ରେ ବିଶାଳ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି

By

Published : Mar 17, 2021, 8:22 PM IST

ବଲାଙ୍ଗୀର :କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଓଡିଶା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ କୃଷକ ଅଧିକାର ଯାତ୍ରା ଆରମ୍ଭ ହୋଇଛି । କୃଷକ ଅଧିକାର ଯାତ୍ରା ବିଭିନ୍ନ ଜିଲ୍ଲା ଭ୍ରମଣ କରୁଥିବାବେଳେ ବଲାଙ୍ଗୀରରେ ମଧ୍ୟ ପହଞ୍ଚିଛି । ନୂତନ କୃଷି ଆଇନକୁ ବିରୋଧ କରି ଭୁବନେଶ୍ବରରେ ଆସନ୍ତା 23ରେ ଚାଷୀ ସମାବେଶ ହେବ । ଏଥିରେ ବହୁ ମାତ୍ରାରେ କୃଷକ ସାମିଲ ହେବେ । ତେବେ ଏହି କୃଷକ ସମାବେଶରେ ଚାଷୀଙ୍କୁ ଏକାଠି କରିବା ପାଇଁ କୃଷକ ଅଧିକାର ଯାତ୍ରା ବିଭିନ୍ନ ଜିଲ୍ଲାକୁ ଭ୍ରମଣ କରୁଛି ।

କେନ୍ଦ୍ର କୃଷି ଆଇନକୁ ବିରୋଧ,23ରେ ବିଶାଳ ଚାଷୀ ସମାବେଶ ପାଇଁ ପ୍ରସ୍ତୁତି

ସ୍ଥାନୀୟ ଯାଦବ ଭବନ ଠାରେ ଏହି ରାଲି ପହଞ୍ଚି ଥିଲା । କେନ୍ଦ୍ରର କୃଷି ଆଇନକୁ କଳା ଆଇନ ଓ ଏହା ସମ୍ପୂର୍ଣ୍ଣ ଭାବରେ ଚାଷୀ ବିରୋଧୀ ଆଇନ ବୋଲି କୃଷକ ଅଧିକାର ଯାତ୍ରା ପକ୍ଷରୁ କୁହାଯାଇଛି । ଏହି ଆଇନକୁ ନେଇ ଦିଲ୍ଲୀରେ ଆନ୍ଦୋଳନ ରତ ଥିବା ଚାଷୀଙ୍କୁ ଏମାନେ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଚାଷୀମାରଣ ଏହି ଆଇନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏମାନେ ଦୋଷାରୋପ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details