ବଲାଙ୍ଗୀର:ଜିଲ୍ଲାର ଦେଓଗାଁ ଜରସିଙ୍ଗା ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ପୋଲିସ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଜିଲ୍ଲା ଜରାସିଂହା ଗାଁରେ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଘଟଣାର ୪୦ ଘଣ୍ଟା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ଏସପି ନୀତିନ କୁସଲକର । ଘଟଣାର ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ନାମ ପ୍ରକାଶ କରି ନାହାନ୍ତି ଏସପି । ଅଜଣା ସ୍ଥାନରେ ଅଭିଯୁକ୍ତଙ୍କୁ ରଖାଯାଇ ପୋଲିସ ଜେରା କରୁଛି ।