ଓଡିଶା

odisha

ETV Bharat / state

ହସ୍ପିଟାଲ ଛାତରୁ ଖସୁଛି ଅତଡା, ହେଲମେଟ ପିନ୍ଧି ଔଷଧ ଦେଉଛନ୍ତି ଫାର୍ମାସିଷ୍ଟ - ସ୍ବାସ୍ଥ୍ୟ କେନ୍ଦ୍ର ଛାତରୁ ଖସୁଛି ସିମେଣ୍ଟ ଅତଡା

ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସୁଛି ସିମେଣ୍ଟ ଅତଡା । ହେଲମେଟ ପିନ୍ଧି ଔଷଧ ଦେଉଛନ୍ତି ଫାର୍ମାସିଷ୍ଟ । ଅଧିକ ପଢନ୍ତୁ

pharmacist wears helmet during treatment
pharmacist wears helmet during treatment

By

Published : Jul 6, 2023, 9:46 AM IST

Updated : Jul 6, 2023, 9:54 AM IST

pharmacist wears helmet during treatment

ବଲାଙ୍ଗୀର:ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ସ୍ବାସ୍ଥ୍ୟ କେନ୍ଦ୍ର ଛାତରୁ ଖସୁଛି ସିମେଣ୍ଟ ଅତଡା । ସୁରକ୍ଷା ପାଇଁ ହେଲମେଟ ପିନ୍ଧିଲେ ଫାର୍ମାସିଷ୍ଟ । ହେଲମେଟ ପିନ୍ଧି ରୋଗୀଙ୍କୁ ମେଡିସିନ ଦେଉଛନ୍ତି କାର୍ଯ୍ୟରତ ଫାର୍ମାସିଷ୍ଟ । ଯାହାର ଭିଡିଓ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ସ୍ବାସ୍ଥ୍ୟ ସେବାର ଏହି ବିକଳ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ପାଟଣାଗଡ଼ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ସ୍ବାସ୍ଥ୍ୟ କେନ୍ଦ୍ର । ଛାତରୁ ସିମେଣ୍ଟ ଅତଡ଼ା ଖସୁଛି । ଜୀବନକୁ ପାଣି ଛଡାଇ ଏଠାରେ କାର୍ଯ୍ୟ କରୁଛନ୍ତି ଡ଼ାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ । କେତେବେଳେ ଯେ ଏହି ସିମେଣ୍ଟ ଅତଡା କାହା ଜୀବନ ନେଇଯିବ ତାହା କାହାକୁ ଜଣାନାହିଁ । ମଙ୍ଗଳବାର ହସ୍ପିଟାଲରେ ଜଣେ ରୋଗୀଙ୍କୁ ଫାର୍ମାସିଷ୍ଟ ମେଡିସିନ ଦେଉଥିବା ସମୟରେ ଛାତରୁ ସିମେଣ୍ଟ ଅତଡ଼ା ପଡିଥିଲା । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେଣୁ ବାଧ୍ୟ ହୋଇ ହେଲମେଟ ପିନ୍ଧିଥିବା କହିଛନ୍ତି କାର୍ଯ୍ୟରତ ଫାର୍ମାସିଷ୍ଟ ।

ସେ କହିଛନ୍ତି ଯେ, "ସ୍ବାସ୍ଥ୍ୟକେନ୍ଦ୍ରଟି ବହୁ ପୁରୁଣା ହୋଇଥିବା ବେଳେ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରତି ଦିନ ଏଠାରେ ଛାତରୁ ସିମେଣ୍ଟ ଅତଡା ଖସୁଛି। ଅସୁରକ୍ଷିତ ମନେ କରି ହେଲମେଟ ପିନ୍ଧି କାମ କରିବାକୁ ପଡୁଛି ।" ସମାନ ଭାବରେ ଏଠିକାର ଦାୟିତ୍ୱରେ ଥିବା ମେଡିକାଲ୍ ଅଫିସର ଡ଼ାକ୍ତର ବାଳକୃଷ୍ଣ ପୁରୋହିତ କହିଛନ୍ତି, "ଏହି ଘର ପାଞ୍ଚ ବର୍ଷ ପୁରୁଣା ହୋଇଥିବା ବେଳେ ବର୍ଷା ହେବାରୁ ଛାତରୁ ଏବେ ସିମେଣ୍ଟ ଅତଡ଼ା ଖସୁଛି । ଏହାକୁ ନେଇ ପୂର୍ବରୁ ଉପରୋକ୍ତ ଅଧିକାରୀଙ୍କୁ ଜଣାଇଛୁ । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।"

ଏହା ମଧ୍ୟ ପଢନ୍ତୁ-BSKYର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଆୟୋଜନ ହେବ ତାଲିମ ଓ ଅନୁପ୍ରେରଣା ଶିବିର

ସେପଟେ ବଲାଙ୍ଗୀର ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ଗୁରୁ କହିଛନ୍ତି ଯେ, ଏହି ଖବର ତାଙ୍କ ପାଖରେ ନ ଥିଲା । ଏବଂ ଏବେ ଖବର ପାଇବା ପରେ ଏନ୍ ଆର ଏଚ ଏମ ଇଞ୍ଜିନିୟରକୁ ପଠାଇ ତଦନ୍ତ କରାଯିବ । ସୁରକ୍ଷା ଦୃଷ୍ଟିରୁ ଫାର୍ମାସିଷ୍ଟ ଜଣଙ୍କ ହେଲମେଟ ପିନ୍ଧିଛିଲେ । ଖୁବଶୀଘ୍ର ଛାତ ମରାମତି କରାଯିବ । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ତତକ୍ଷଣାତ୍ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ସଂପୃକ୍ତ ସ୍ଥାନରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ଯାଇଥିବାର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 6, 2023, 9:54 AM IST

ABOUT THE AUTHOR

...view details