ଓଡିଶା

odisha

ETV Bharat / state

ବିଧାୟକଙ୍କ ଦବଙ୍ଗଗିରି: ନ୍ୟାୟ ଦାବିରେ ରାଜରାସ୍ତାରେ ଆଦିବାସୀ ସଂଘ

ଚର୍ଚ୍ଚାରେ ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି । ସର୍ବସମ୍ମୁଖରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍‌ କରାଇବା ଏବେ ବିଧାୟକଙ୍କୁ ପଡିଛି ମହଙ୍ଗା । ଯାହାକୁ ନେଇ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ ସଂଘ ।

By

Published : Jun 8, 2019, 8:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଚର୍ଚ୍ଚାରେ ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି । ସର୍ବସମ୍ମୁଖରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍‌ କରାଇବା ଏବେ ବିଧାୟକଙ୍କୁ ପଡିଛି ମହଙ୍ଗା । ଯାହାକୁ ନେଇ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ ସଂଘ । ତେଣେ ସମ୍ପୃକ୍ତ ପାଟଣାଗଡ ବିଧାୟକଙ୍କ ନାଁରେ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ଥାନାରେ ହୋଇଛି ଲିଖିତ ଅଭିଯୋଗ । ସମାନ ଭାବେ ଜିଲ୍ଲା ଜେଇ ସଂଘ ମଧ୍ୟ ଏହାକୁ ନେଇ ପ୍ରତିବାଦ ସଭା କରିବା ସହ ଆଗକୁ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପ୍ରକାଶ ଯେ ଗତ ବୁଧବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ ରାସ୍ତାରେ ବସଉଠ କରାଇଥିଲେ ନବନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତେଜି ଉଠିଥିଲା ପ୍ରତିବାଦର ସ୍ବର । ଅନ୍ୟପଟେ ଘଟଣା ପରେ କନିଷ୍ଠ ଯନ୍ତ୍ରୀଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ସ୍ବାମୀଙ୍କ ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି କେସ ନମ୍ବର 113ରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଆଇପିସି 342, 363, 294, 323, 353, 355, 500, 34 ଓ ଏସ୍‌ସି ଏସ୍‌ଟି ସୁରକ୍ଷା ଆକ୍ଟ 3(1) ଭଳି ସଙ୍ଗୀନ ଦଫା ଲଗାଯାଇଛି ।

ବର୍ତ୍ତମାନ ଘଟଣାର ତଦନ୍ତ ପାଟଣାଗଡ ଏସ୍‌ଡିପିଓ କରୁଥିବା ବେଳେ ସେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତ କରୁଥିବା ସୂଚନା ଦେଇଛନ୍ତି । ଗୋଟିଏ ପଟେ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଏଯାଏଁ କୌଣସି କଠୋର ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରଛନ୍ତି ଆଦିବାସୀ ଓ ଜେଇ ସଂଘ । ତେଣୁ ସମ୍ପୃକ୍ତ ମାମଲାରେ ଯଦି ତୁରନ୍ତ କଠୋର ପଦକ୍ଷେପ ନ ନିଆଯାଏ, ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉଭୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details