ବଲାଙ୍ଗୀର: କୋରୋନା ପାଇଁ ଲକଡାଉନ ସାରା ଦେଶ । ହେଲେ କଟକଣା ସତ୍ତ୍ବେ ଲୋକେ ସାମାଜିକ ଦୂରତାକୁ ମାନୁ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋମବାର ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ଏକ ମିଳିତ ଭିଡିଓ ଜାରି କରିଛନ୍ତି ଏବଂ ଅମାନ୍ୟ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ।
ହଜାର କଟକଣା ସତ୍ତ୍ବେ ଲୋକଙ୍କ ବେପରୁଆ ନୀତି ପାଇଁ ତତ୍ପରତା ଦେଖାଇ ସୋମବାର ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ଏକ ମିଳିତ ଭିଡିଓ ଜାରି କରିଛନ୍ତି । ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଏହି ଭିଡିଓ ଜରିଆରେ ନିବେଦନ କରାଯାଇଛି । ସେହିପରି ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।