ବଲାଙ୍ଗୀର: ବିଧାନସଭା ପୂର୍ବରୁ ଜେଲ ଗଲେ ପାଟଣାଗଡ ବିଧାୟକ ସରୋଜ ମେହେର । ସର୍ବସାଧାରଣରେ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇବା ଘଟଣାରେ ବଲାଙ୍ଗୀର ପୋଲିସ ତାଙ୍କୁ ଗିରଫ କରି ଏଡିଜେଏମ କୋର୍ଟରେ ହାଜର କରିଛି । ତେବେ କୋର୍ଟ ତାଙ୍କୁ 7 ଦିନ ପାଇଁ ନ୍ୟାୟିକ ହାଜତରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବିଧାୟକଙ୍କ ନୂଆ ଠିକଣା ପାଟଣାଗଡର ଉପକାରାଗାର ।
ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବଲାଙ୍ଗୀର
ତାଙ୍କ ନାଁରେ ଦଫା 341,363,294,323,355,500,94 କ ଓ ଏସ ସି ଏସ ଟି ସଂରକ୍ଷଣ ଆଇନ ଏସ ସି ଏସ ଟି ପ୍ରୋଟେକ୍ସନ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଯାଇଛି ।
ଗତ 5 ତାରିଖରେ ଖପ୍ରାଖୋଲ ବ୍ଲକ ଗମ୍ଭାରୀ ଗ୍ରାମରେ ରାସ୍ତାକାମ ତଦାରଖ କରିବାକୁ ଯାଇ ଡ୍ୟୁଟିରେ ଥିବା ପୂର୍ତ୍ତ ବିଭାଗ ବେଳପଡାର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସେ ସର୍ବସମ୍ମୁଖରେ ଧମକ ଦେବା ସହ ଉଠବସ କରିଥିଲେ । ଏ ନେଇ ଜେଇଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ସେପଟେ ଘଟଣାକୁ ନେଇ ବଲାଙ୍ଗୀର ଆଦିବାସୀ ସଂଘ ମଧ୍ୟ ତୀବ୍ର ଆନ୍ଦୋଳନ କରିଥିଲେ । ଆସନ୍ତା 26 ତାରିଖରେ ସୋମନେ ବିଧାନ ସଭା ଘେରାଉ କରିବା ର ଧମକ ଦେଇଥିଲେ ।
ତେବେ ଏହି ମାମଲାରେ ପୋଲିସ ଓ ପ୍ରଶାସନ କିଛି ଦିନ ନୀରବ ରହିବା ପରେ ଠୋସ ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ ବିଧାୟକଙ୍କ ଅନ୍ୟ ସହଯୋଗୀଙ୍କ ଖାନ ତଲାସୀ ସହ ଅଧିକ ତଦନ୍ତ ପୋଲିସ ଜାରି ରହିଥିବା ନେଇ ଏସପି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ