ଓଡିଶା

odisha

ETV Bharat / state

ୟୁପିରୁ ଆସି ପାରିଲେନି ମା’ବାପା, ଓଡ଼ିଶାରେ ଫସିଛନ୍ତି 5 ପିଲା

କୋରୋନା ଲକଡାଉନ ଯୋଗୁଁ ମା,ବାପାଙ୍କୁ ଛାଡି ଓଡ଼ିଶାରେ ଫସି ଯାଇଛନ୍ତି ପାଞ୍ଚ ଜଣ ଶିଶୁ । କୌଣସି ମତେ ନିଜ ମା-ବାପାଙ୍କ ପାଖକୁ ନିଜ ଗାଁକୁ ପଠାଇ ଦେବା ପାଇଁ କରିଛନ୍ତି ନିବେଦନ। ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ବାଇଁରାସର କନ୍ଦା ଗାଡ଼ ଗାଁରେ ଏଭଳି ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ..

By

Published : Jun 3, 2020, 9:00 PM IST

parents-unable-to-come-from-up-5-children-displaced-in-odisha
parents-unable-to-come-from-up-5-children-displaced-in-odisha

ବଲାଙ୍ଗୀର: କୋରୋନା ଲକଡାଉନ ଯୋଗୁଁ ମା’ବାପାକୁ ଛାଡି ଓଡ଼ିଶାରେ ଫସି ଯାଇଛନ୍ତି ପାଞ୍ଚ ଜଣ ଶିଶୁ । କୌଣସି ମତେ ନିଜ ମା’ବାପାଙ୍କ ପାଖକୁ ନିଜ ଗାଁକୁ ପଠାଇ ଦେବା ପାଇଁ କରିଛନ୍ତି ନିବେଦନ। ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ବାଇଁରାସର କନ୍ଦା ଗାଡ଼ ଗାଁରେ ଏଭଳି ଦେଖିବାକୁ ମିଳିଛି। ଲକ୍ ଡାଉନ୍ ପୂର୍ବରୁ ମା’ବାପା ଙ୍କ ସହ ପାଞ୍ଚ ଜଣ ଶିଶୁ ଏଠିକୁ ଛୋଟ୍ ମୋଟ ବେପାର କରିବା ପାଇଁ ୟୁପିର ବନାରସ ଓଡ଼ିଶା ଆସିଥିଲେ। ସେପଟେ ବାପା ମା ଚାରି ଜଣ ଶିଶୁଙ୍କୁ ନିଜ ନାବାଳିକା ଝିଅ ଜିମା ଦେଇ ବନାରସ ଯାଇ ସେଠି ଫସି ଯାଇଛନ୍ତି।

ୟୁପିରୁ ଆସି ପାରିଲେନି ମା-ବାପା, ଓଡ଼ିଶାରେ ଫସିଗଲେ 5 ସନ୍ତାନ

କୌଣସି ମତେ ନିଜ ମାବାପାଙ୍କ ପାଖକୁ ନିଜ ଗାଁକୁ ପଠାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଏହି ପାଞ୍ଚଜଣ ଶିଶୁ। ୟୁପି ବନାରସରୁ ଆସି ଏହି ପରିବାର ଏଠି ପୁରୁଣା କପଡ଼ା କିଣା ବିକା କାମ କରୁଥିଲେ। ଏବଂ ଏଠୁ କପଡ଼ା ସଂଗ୍ରହ କରି ବାପା ମା ବନାରସ ଅଞ୍ଚଳକୁ ଯାଇଥିବା ବେଳେ ସେଠି ସେମାନେ ଫସି ରହି ଯାଇଛନ୍ତି। ଏପଟେ କୋମଳମତି ଏହି ଶିଶୁ ମାନେ ଦୀର୍ଘ ତିନି ମାସ ହେବ ଏକାଥିବା ବେଳେ ଗ୍ରାମବାସୀ ଯାହା ଦେଉଛନ୍ତି ସେଥିରେ ଚାଲିଛନ୍ତି। ସମାନ ଭାବରେ ନିଜେ ମଧ୍ୟ ଏଠୁ ସେଠୁ ଖାଇବା ଯୋଗାଡ଼ କରି ଚଲୁଛନ୍ତି।

ଅନ୍ୟପଟେ ଗ୍ରାମବାସୀ ଏମାନଙ୍କୁ ତାଙ୍କ ନିଜ ଗାଁ କୁ ପଠାଇବା ପାଇଁ ପ୍ରଶାସନ ପାଖରେ ଗୁହାରି କରି କିଛି ଫଳ ପାଇ ନାହାନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଶୀଘ୍ର ଏହି ଶିଶୁମାନଙ୍କ ପାଇଁ ବ୍ୟବସ୍ଥା କରିବା ସହ ଏମାନଙ୍କୁ ତାଙ୍କ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରିବା ଜରୁରୀ ହୋଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details