ଓଡିଶା

odisha

ETV Bharat / state

ବର୍ଦ୍ଧିତ ସ୍କୁଲ ଫିକୁ ନେଇ ଅଭିଭାବକ ମହାସଂଘର ପ୍ରତିବାଦ - ବର୍ଦ୍ଧିତ ସ୍କୁଲ ଫିକୁ ନେଇ ଅଭିଭାବକ ମହାସଂଘର ପ୍ରତିବାଦ

ବଲାଙ୍ଗୀରରେ ଥିବା ସବୁ ଘରୋଇ ସ୍କୁଲର ବେଆଇନ ଭାବରେ ସ୍କୁଲ ଫି ଆଦାୟ ବିରୋଧରେ ଅଭିଭାବକ ମହାସଂଘର ପ୍ରତିବାଦ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ମହାସଂଘର କର୍ମକର୍ତ୍ତାମାନେ । ଅଧିକ ପଢନ୍ତୁ...

ବର୍ଦ୍ଧିତ ସ୍କୁଲ ଫିକୁ ନେଇ ଅଭିଭାବକ ମହାସଂଘର ପ୍ରତିବାଦ
ବର୍ଦ୍ଧିତ ସ୍କୁଲ ଫିକୁ ନେଇ ଅଭିଭାବକ ମହାସଂଘର ପ୍ରତିବାଦ

By

Published : Mar 2, 2021, 7:57 AM IST

ବଲାଙ୍ଗୀର: ଘରୋଇ ସ୍କୁଲର ବେଆଇନ ଭାବରେ ସ୍କୁଲ ଫି ଆଦାୟ ବିରୋଧରେ ଅଭିଭାବକ ମହାସଂଘର ପ୍ରତିବାଦ। ତେବେ ବଲାଙ୍ଗୀରରେ ଥିବା ସବୁ ଘରୋଇ ସ୍କୁଲ, ଫି ଆଦାୟରେ ମନମାନି ଚଲାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମହାସଂଘ। ଜିଲ୍ଲାରେ ଥିବା ସବୁ ଘରୋଇ ସ୍କୁଲ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ତଥା ଓଡିଶା ସରକାରଙ୍କ ଆଦେଶକୁ ଖୋଲା ଖୋଲି ଭାବରେ ଉଲଙ୍ଘନ କରୁଛନ୍ତି ଏବଂ ସବୁ ସ୍କୁଲ ବେଆଇନ ଭାବରେ ଛାତ୍ର ଛାତ୍ରୀଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି।

ବର୍ଦ୍ଧିତ ସ୍କୁଲ ଫିକୁ ନେଇ ଅଭିଭାବକ ମହାସଂଘର ପ୍ରତିବାଦ

ଯାହାକୁ ବିରୋଧ କରି ବଲାଙ୍ଗୀର ଅଭିଭାବକ ମହାସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏବଂ ଜିଲ୍ଲାପାଳଙ୍କୁ ଭେଟି ଏହା ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ତେବେ ଆଗକୁ ଦାବି ପୂରଣ ନହେଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ମହାସଂଘ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details