ଓଡିଶା

odisha

ETV Bharat / state

ସ୍ତ୍ରୀ ପାଇଁ ପ୍ରଚାର କରି ନିଲମ୍ବିତ ହେଲେ ସ୍ବାମୀ

ସ୍ତ୍ରୀ ପାଇଁ ପ୍ରଚାର କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା । ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ । ଅଧିକ ପଢନ୍ତୁ

ସ୍ତ୍ରୀ ପାଇଁ ପ୍ରଚାର କରି ନିଲମ୍ବିତ ହେଲେ ସ୍ବାମୀ
ସ୍ତ୍ରୀ ପାଇଁ ପ୍ରଚାର କରି ନିଲମ୍ବିତ ହେଲେ ସ୍ବାମୀ

By

Published : Feb 14, 2022, 9:35 PM IST

ବଲାଙ୍ଗୀର : ସ୍ତ୍ରୀ ପାଇଁ ପ୍ରଚାର କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା । ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ ।

ସ୍ତ୍ରୀ ପାଇଁ ପ୍ରଚାର କରି ନିଲମ୍ବିତ ହେଲେ ସ୍ବାମୀ

ସୂଚନା ଅନୁସାରେ, ବଲାଙ୍ଗୀର 17 ନମ୍ବର ଜୋନ ପୁଇଁନ୍ତଳା ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ପ୍ରଧାନ ବିଜେଡି ପକ୍ଷରୁ ପ୍ରତିଦ୍ବନ୍ଦିତା କରିଛନ୍ତି। ଏବଂ ତାଙ୍କ ସ୍ଵାମୀ ତରନି ସେନ ପ୍ରଧାନ ପେଶାରେ ଜଣେ ସରକାରୀ ଶିକ୍ଷକ ହୋଇ ଥିବାବେଳେ ତାଙ୍କ ପତ୍ନୀଙ୍କ ପାଇଁ ସେ ସାମାଜିକ ଗଣ ମାଧ୍ୟମରେ ପ୍ରଚାର କରୁଥିବାର ଅଭିଯୋଗ ଆସିଥିଲା। କେବଳ ସେତିକି ନୁହେଁ ସେ ସ୍ତ୍ରୀଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଥିବାର ମଧ୍ୟ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ହୋଇଥିଲା ।

ଏହାବି ପଢନ୍ତୁ :Code of Conduct Violation: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପ୍ରଶାସନ । ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲାପାଳ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସମ୍ପୃକ୍ତ ଶିକ୍ଷକ ଜଣକ ବଲାଙ୍ଗୀର ଲୋକାପଡ଼ା ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ABOUT THE AUTHOR

...view details