ଓଡିଶା

odisha

ETV Bharat / state

ସରିଲା ପାହୁର ଯାତ୍ରା, କାଲି ମା’ଙ୍କୁ ଲାଗି ହେବ ନବାନ୍ନ - ବଲାଙ୍ଗୀର

ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ବଲାଙ୍ଗୀରରେ ଧୂମଧାମରେ ସମ୍ପନ୍ନ ହୋଇଛି ପାହୁର ଯାତ୍ରା । ମଙ୍ଗଳବାର ଇଷ୍ଟଦେବୀ ମା’ ସମଲେଶ୍ବରୀ ଓ ପାଟଣେଶ୍ବରୀଙ୍କ ଠାରେ ନବାନ୍ନ ଲାଗିବା ପରେ ନୂଆଁ ଖାଇବେ ବଲାଙ୍ଗୀରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Sep 2, 2019, 11:05 PM IST

ବଲାଙ୍ଗୀର: ରାତି ପହିଲେ ନୂଆଁଖାଇ ପର୍ବ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହେବ । ଏଥିପାଇଁ ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମାନଙ୍କ ଠାରେ ନୂଆ ପୂଜା ସାମଗ୍ରୀ ଲାଗି ହୋଇଛି । ଆଉ ବଲାଙ୍ଗୀରରେ ଖୁବ ଧୁମଧାମରେ ସମ୍ପନ୍ନ ହୋଇଛି ପାହୁର ଯାତ୍ରା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଇଷ୍ଟଦେବୀ ମା ସମଲେଇ ଓ ମା ପାଟଣେଶ୍ବରୀଙ୍କ ଠାରେ ପହଞ୍ଚିଛି ନୂଆଁଖାଇ ପାଇଁ ସମସ୍ତ ସାମଗ୍ରୀ । ବଲାଙ୍ଗୀରର ବିଭିନ୍ନ ସାଂସ୍କୃତିକ ସଂଗଠନ ମିଳିତ ଭାବରେ ପାହୁର ଯାତ୍ରାର ଆୟୋଜନ କରିଥିଲେ । ଏହି ପାହୁର ଯାତ୍ରା ସହର ପରିକ୍ରମା କରିଯିବା ସହ ମା ସମଲେଇ ଓ ମା ପାଟଣେଶ୍ବରୀଙ୍କ ଠାରେ ପୂଜା ପାଇଁ ନୂଆ ସାମଗ୍ରୀ ଅର୍ପଣ କରିଛନ୍ତି ।

ଏଥିରେ ମାଙ୍କ ଧ୍ବଜା ଠାରୁ ଆରମ୍ଭ କରି ବସ୍ତ୍ର, ବାସନ-କୁସନ, କୁରେ ପତ୍ର ସବୁ ନୂଆ ଲାଗି ହେବ । ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁସାରେ ମାଙ୍କ ଠାରେ କୁରେ ପତ୍ରରେ ମା’ଙ୍କ ଠାରେ ନବାନ୍ନ ଲାଗି ହେବ । ଯାହା ପରେ ସାଧରଣ ଲୋକେ ନିଜ ନିଜ ଘରେ ନୂଆ ଖାଇବା ସହ ସବୁ ରାଗ ଋଷା ଭୁଲି ଏହି ମୈତ୍ରୀ ଓ ଭାତ୍ରୁଭାବର ପର୍ବକୁ ଧୁମ ଧାମରେ ପାଳନ କରିବେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details