ଓଡିଶା

odisha

ETV Bharat / state

ଅସହ୍ୟ ହେଉଛି ଅନଲାଇନ ଠକେଇ, ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ - ଆତ୍ମହତ୍ୟା କଲେ ଯୁବକ

25 ଲକ୍ଷ ଟଙ୍କାର ପୁରସ୍କାର ଜିତିବାକୁ କହି ଲୁଟିନେଲେ 45 ହଜାର । ‘କୌନ ବନେଗା କୋରଡ଼ ପତି’ ଗେମ ମାଧ୍ୟମରେ ଏହାର ଶିକାର ହୋଇଛନ୍ତି ବଲାଙ୍ଗୀରର ଜଣେ ଯୁବକ । ବିଫଳ ହୋଇ ଟ୍ରେନ ଲାଇନରେ ଶୋଇ କରିଛନ୍ତି ଆତ୍ମହତ୍ୟା । ପଢନ୍ତୁ ସଂପୂର୍ଣ୍ଣ ଖବର...

online-fraud-through-in-balangir
online-fraud-through-in-balangir

By

Published : Jan 22, 2020, 8:35 PM IST

ବଲାଙ୍ଗୀର: ଅନଲାଇନ ଠକେଇର ଶିକାର ହୋଇ ଜଣେ ଯୁବକ କରିଛି ଆତ୍ମହତ୍ୟା । କେବଳ ଏତିକି ନୁହେଁ ଆତ୍ମହତ୍ୟା ପୂର୍ବର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ କଲାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ମିଲାପଡା ଗାଁର ୨୩ ବର୍ଷୀୟ ପ୍ରତୀକ ବାରିକ ଗତ ୧୭ ତାରିଖ ରାତିରେ ଟିଟିଲାଗଡ ରେଳ ଷ୍ଟେସନର ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଲାଇଭ ଭିଡ଼ିଓ ମଧ୍ୟ କରିଛି ।

ଅସହ୍ୟ ହେଉଛି ଅନଲାଇନ ଠକେଇ, ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କଲେ ଯୁବକ

ଭିଡ଼ିଓରେ ସେ ଅତ୍ମହତ୍ୟାର କାରଣ କହିବା ସହ ଘଟଣା ବିଷୟରେ ପୁଲିସ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । ଲାଞ୍ଜିଗଡ ବେଦାନ୍ତ କାରଖାନାରେ କାମ କରୁଥିବା ପ୍ରତୀକ କିଛି ଦିନ ହେବ ‘କୌନ ବନେଗା କରୋଡ ପତି’ ନାମକ ଏକ ଅନଲାଇନ ଗେମ ଖେଳି ଆସୁଥିଲେ। ସେ ଭିଡିଓ ରେ କହିଛନ୍ତି, ଦିନେ ତାଙ୍କୁ ଏକ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ରାଣାପ୍ରତାପ ସିଂ ଓ ସେ କେବିସି କୋଲକୋତା ଶାଖାରେ କାମ କରିଥିବା ପରିଚୟ ଦେଇଥିଲା। ସେ ୨୫ ଲକ୍ଷ ଟଙ୍କା ଜିତିଥିବା ସୂଚନା ଦେଇଥିଲା। ଭିଡିଓ କଲ କରି ବିଭିନ୍ନ କାଗଜ ପତ୍ର ଦେଖାଇ ପ୍ରତୀକଙ୍କ ବିଶ୍ବାସ ଜିତିଥିଲା। ୨୫ ଲକ୍ଷ ଟଙ୍କା ଏକ କାଳିନ ତାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ ନାହିଁ କହି ଅନ୍ୟ ଏକ ଆକାଉଣ୍ଟ ନମ୍ବର ମାଗିଥିଲା। ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଉଭୟ ଆକାଉଣ୍ଟରେ ଜମାକରି ଦିଆଯିବ ବୋଲି କହିଥିଲା।

କିନ୍ତୁ ଏହି ଟଙ୍କା ପାଇବାକୁ ଟ୍ୟାକ୍ସ ବାବଦକୁ ଅଗ୍ରିମ ୨୫ ହଜାର ଟଙ୍କା ଏକ ନିଦ୍ଧିଷ୍ଟ ଆକାଉଣ୍ଟରେ ଜମା କରିବାକୁ ପଡିବ ବୋଲି ମଧ୍ୟ କହିଥିଲା। ଏହି ଅନୁସାରେ ପ୍ରତୀକ ନିଜ ଘରୁ ଏବଂ ସାଙ୍ଗ ସାଥିଙ୍କ ଠାରୁ ଟଙ୍କା ଆଣି ପର୍ଯ୍ୟାୟ କ୍ରମେ ୨୫ ହଜାର ସେହି ଆକାଉଣ୍ଟରେ ଜମା କରିଥିଲା। ଏହା ପରେ ପୁଣି ରାଣା ପ୍ରତାପ ଦାବି ଅନୁସାରେ ସେ ଆଉ ୨୦ ଜହାର ଟଙ୍କା ଜମା କରିଥିଲେ। ଏହା ପରେ ରାଣାପ୍ରତାପ ପ୍ରତୀକଙ୍କୁ ଧରାଛୁଆଁ ଦେଇନଥିଲା । ଏହି ସମସ୍ତ କାର୍ଯ୍ୟକଳାପ ଗତ ୧୩ ତାରିଖରୁ ଘଟି ଆସୁଥିବା ବେଳେ ଶେଷରେ ମାନସିକ ଚାପରେ ଥିବା ପ୍ରତୀକ କାର୍ଯ୍ୟ କ୍ଷେତ୍ରକୁ ଯିବା କଥା କହି ଘରୁ ଟିଟିଲାଗଡ ଚାଲି ଆସିଥିଲେ। ସେଠାରେ ଲାଇନରେ ଶୋଇ କରିଥିଲା ଆତ୍ମହତ୍ୟା । ତେବେ ମୃତ୍ୟୁ ପୂର୍ବର ଲାଇଭ ଭିଡିଓରୁ ଜଣାପଡ଼ିଥିଲା ଏହି ଘଟଣା। ପୋଲିସ ଏହି ଘଟଣା ଉପରେ କଣ ନେଉଛି ପଦକ୍ଷେପ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details