ଓଡିଶା

odisha

ETV Bharat / state

ପସନ୍ଦରେ ଭୋଟ ଦେବାରୁ 13 ବର୍ଷ ଗାଁରୁ ବାସନ୍ଦ ପରିବାର - social boycott

ବଲାଙ୍ଗୀର କେବଳ ନିଜ ପସନ୍ଦରେ ଭୋଟ ଦେଇଥିବାରୁ ଗୋଟିଏ ପରିବାର ଦୀର୍ଘ 13 ବର୍ଷ ହେବ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।

ପସନ୍ଦରେ ଭୋଟ ଦେବାରୁ 13 ବର୍ଷ ଗାଁରୁ ବାସନ୍ଦ ପରିବାର
ପସନ୍ଦରେ ଭୋଟ ଦେବାରୁ 13 ବର୍ଷ ଗାଁରୁ ବାସନ୍ଦ ପରିବାର

By

Published : Oct 3, 2020, 8:19 AM IST

Updated : Oct 3, 2020, 1:58 PM IST

ବଲାଙ୍ଗୀର: ନିଜ ପସନ୍ଦରେ ଭୋଟ ଦେଇଥିବାରୁ ଗୋଟିଏ ପରିବାର ଦୀର୍ଘ 13 ବର୍ଷ ହେବ ଗାଁରୁ ବାସନ୍ଦ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସଦର ବ୍ଲକ ଜନକପୁର୍ ଗ୍ରାମରୁ । ଏହି ଗ୍ରାମରେ ରହିଥିବା ବାଞ୍ଛାନିଧି ନାଏକଙ୍କ ପରିବାରକୁ ଦୀର୍ଘ 13ବର୍ଷ ହେବ ଗ୍ରାମବାସୀ ବାସନ୍ଦ କରିଥିବାର ସେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, 13 ବର୍ଷ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଏହି ପରିବାର ଗାଁ ବିରୋଧରେ ଯାଇ ନିଜ ପସନ୍ଦ ଅନୁସାରେ ଭୋଟ ଦେଇଥିବାରୁ ତାଙ୍କୁ ବାସନ୍ଦ କରାଯାଇଥିବାର ଏମାନେ କହିଛନ୍ତି। ଏବଂ ନ୍ୟାୟ ପାଇଁ ଏହାର ଅଭିଯୋଗ ଜିଲ୍ଲା ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଖରେ କରି ମଧ୍ୟ ଏଯାଏଁ କୌଣସି ଫଳ ପାଇନଥିବାର କହିଛନ୍ତି ।

ପସନ୍ଦରେ ଭୋଟ ଦେବାରୁ 13 ବର୍ଷ ଗାଁରୁ ବାସନ୍ଦ ପରିବାର

ଅନ୍ୟପଟେ ଏହି ଅଭିଯୋଗକୁ ସମ୍ପୂର୍ଣ ଅସ୍ବୀକାର କରିଛନ୍ତି ଗ୍ରାମବାସୀ। ଏବଂ ଏହି ପରିବାରର ମୂରବୀ ଗାଁରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ବେଳେ ସବୁ ବେଳେ ଗାଁରେ ଆସନ୍ତା ବାତାବରଣ କରି ଆସୁଥିଲା । ସେହିପରି ସେ ନିର୍ବାଚନ ସମୟରେ ଗାଁର ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ କରି ଫେରାର ମଧ୍ୟ ହୋଇଥିଲା।

ତେବେ ଏହି ପରିବାର ସେହି ଦିନ ଠୁଁ ଗ୍ରାମବାସୀଙ୍କ ସହ ନିଜେ ମିଳାମିଶା କରୁନଥିବାର ଓଲଟା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ଘଟଣା ର ସତ୍ୟାସତ୍ୟ ପ୍ରଶାସନ ତଦନ୍ତ କରି ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Oct 3, 2020, 1:58 PM IST

ABOUT THE AUTHOR

...view details