ଓଡିଶା

odisha

ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ

ବଢିବାରେ ଲାଗିଛି ହାତୀ ଉପଦ୍ରବ । ବଲାଙ୍ଗୀର ଦର୍ଲିପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଅଧିକ ପଢନ୍ତୁ...

one dead in elephant attack in balangir
ହାତୀ ଆକ୍ରମଣରେ ଜଣେ ମୃତ

By

Published : Apr 21, 2021, 4:05 PM IST

ବଲାଙ୍ଗୀର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ବଲାଙ୍ଗୀର ଦର୍ଲିପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ ସେହି ଗାଁର ଯୁବକ ବିରଞ୍ଚି ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବିରଞ୍ଚି ଶୌଚ ପାଇଁ କ୍ଷେତକୁ ଯାଇଥିବାବେଳେ ଏକ ବଣୁଆ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଏବଂ ଯୁବକକୁ ଦଳି ଦେଇଥିଲା। ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ପରିବାର ବର୍ଗଙ୍କୁ ବନବିଭାଗ ଚାଳିଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details