ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଯାହାକୁ ନେଇ ଆଜି (ଗୁରୁବାର) ଭୀମ ଭୋଇ ମେଡିକାଲ କଲେଜ ଆଇସିୟୁରେ ଜଣେ କୋରୋନା ପଜିଟିଭ ଜଣାପଡିବା ପରେ ସମ୍ପୃକ୍ତ ୱାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।
ମେଡିକାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ଥିବା ଜଣେ ରୋଗୀ କୋରୋନା ଆକ୍ରାନ୍ତ ଥିବାର ବୁଧବାର ଜଣାପଡିଥିଲା। ଏହା ପରେ ଏହି ୱାର୍ଡକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ସେହିପରି ଏଠାରେ ନିଯୁକ୍ତ ଥିବା ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ସଂଗରୋଧକୁ ପଠାଇ ଦିଆଯାଇଛି ।