ବଲାଙ୍ଗୀର: ପୋଖରୀ ବୁଡି ବୃଦ୍ଧ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରକେଲା ଗାଁରେ । ମୃତକ ହେଲେ ଭୋକଲା ସୁନା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗାଧୋଇବାବେଳେ ଅଘଟଣ: ପୋଖରୀରେ ବୁଡି ବୃଦ୍ଧ ମୃତ
ବଲାଙ୍ଗୀରର ତୁରେକେଲା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଗାଧୋଇବାବେଳେ ବୁଡି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ସୂଚନା ଅନୁଯାୟୀ, ସବୁଦିନ ପରି ଆଜି ମଧ୍ୟ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭୋକଲା । ହେଲେ ଗାଧୋଇବାବେଳେ ହଠାତ୍ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ