ଓଡିଶା

odisha

By

Published : Apr 12, 2020, 12:35 AM IST

Updated : Apr 12, 2020, 10:46 AM IST

ETV Bharat / state

ଘରେ ଶୋଇଥିବାବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ଶୁକ୍ରବାର ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ବୃଦ୍ଧାଙ୍କ ଘର ଭାଙ୍ଗି ଦେଇଥିଲା । ଘରେ ଏକା ଥିବା ବୃଦ୍ଧା ବାଲ୍ ମତି ବରିହା ଏଥିରେ ଗୁରୁତର ଆହତ ହୋଇଥିଲେ । ଅଧିକ ପଢନ୍ତୁ...

ଘରେ ଶୋଇଥିବାବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ
ଘରେ ଶୋଇଥିବାବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ବଲାଙ୍ଗୀର: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଜିଲ୍ଲାର ବୁରୋମାଲ ପଞ୍ଚାୟତ ହନୁପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବାବେଳେ ଏହା ଘଟିଥିବା ଜଣାପଡିଛି ।

ଘରେ ଶୋଇଥିବାବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ଶୁକ୍ରବାର ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ବୃଦ୍ଧାଙ୍କ ଘର ଭାଙ୍ଗି ଦେଇଥିଲା । ଏହାସହ ଘରେ ଏକା ଥିବା ବୃଦ୍ଧା ବାଲ ମତି ବରିହା ଏଥିରେ ଗୁରୁତର ଆହତ ହୋଇଥିଲେ । ତେବେ ହାତୀ ଯିବା ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ ।

ଏହାସହ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଏଠାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେପଟେ ପାଟଣାଗଡ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 12, 2020, 10:46 AM IST

ABOUT THE AUTHOR

...view details