ଓଡିଶା

odisha

ETV Bharat / state

ଇଗ୍ନୋ କ୍ଲାସ-ପରୀକ୍ଷା ବାତିଲ, ଧାରଣାରେ ଅସନ୍ତୋଷ ଛାତ୍ରଛାତ୍ରୀ - postpone

ପୂର୍ବରୁ କିଛି ସୂଚନା ନ ଦେଇ ଇଗ୍ନୋ କର୍ତ୍ତୃପକ୍ଷ ବିଏସସି କ୍ଲାସ ଓ ପରୀକ୍ଷା ବାତିଲ କରିବାରୁ କ୍ଲାସ କରିବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି । ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର

By

Published : May 6, 2019, 7:38 PM IST

ବଲାଙ୍ଗୀର: ପୂର୍ବରୁ କିଛି ସୂଚନା ନ ଦେଇ ଇଗ୍ନୋ କର୍ତ୍ତୃପକ୍ଷ ବିଏସସି କ୍ଲାସ ଓ ପରୀକ୍ଷା ବାତିଲ କରିବାରୁ କ୍ଲାସ କରିବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି । ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର

ଆଜି ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟରେ ବିଏସସି ପଢୁଥିବା ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ କ୍ଲାସ କରିବାକୁ ଦୂରଦୁରାନ୍ତରୁ ଆସିଥିଲେ । ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଆଜିର କ୍ଲାସ ହେବ ନାହିଁ କିମ୍ବା ଆଗକୁ ହେବାକୁ ଥିବା ପରୀକ୍ଷା ମଧ୍ୟ ହେବ ନାହିଁ ବୋଲି କୁହାଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନେ କଲେଜ ସମ୍ମୁଖରେ ଧାରଣା ଦେବା ସହ ଜବାବ ତଲବ କରିଥିଲେ। ଅନ୍ୟପଟରେ ଇଗ୍ନୋ କର୍ତ୍ତୃପକ୍ଷ ପ୍ରବଳ ଗରମ ଯୋଗୁଁ ସବୁ ସ୍ଥଗିତ ରଖାଯାଇଥିବା କହିବା ସହ ମୁଖ୍ୟ କାର୍ଯ୍ୟାଳୟ ସହିତ ସମନ୍ୱୟର ଅଭାବ ଯୋଗୁଁ ସବୁ ବାତିଲ କରିବାକୁ ପଡିଲା ବୋଲି କାରଣ ଦର୍ଶାଇଛନ୍ତି ।

ସେହିପରି ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସୂଚନା ପୂର୍ବରୁ ଜଣାଇ ଦିଆଯିବ ବୋଲି ଇଗ୍ନୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟ କାର୍ଯ୍ୟାଳୟରୁ ପୁର୍ନବାର ନିର୍ଦ୍ଦେଶ ଆସିଲେ ତଦନୁସାରେ କ୍ଲାସ ଓ ପରୀକ୍ଷା ହେବ ବୋଲି ବଲାଙ୍ଗୀର ଶାଖାର ସଂଯୋଜକ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details