ଓଡିଶା

odisha

ETV Bharat / state

ନିରାଡମ୍ବରରେ ବଲାଙ୍ଗୀର ରାଜ ପରିବାରରେ ପାଳନ ହେଲା ନୂଆଁଖାଇ - ନୂଆଖାଇ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଆଜି ସବୁଠି ପାଳନ ହେଉଛି । ବଲାଙ୍ଗୀରର ଚର୍ଚ୍ଚିତ ପରିବାର ରାଜା ପରିବାର ସଦସ୍ୟମାନେ ମଧ୍ୟ ଏଥର ରାଜା ପ୍ରସାଦରେ ନୂଆ ଖାଇଛନ୍ତି । ପରମ୍ପରା ଅନୁସାରେ ପତ୍ରରେ ନୂଆ ଖାଇଛନ୍ତି ଏବଂ ଜିଲ୍ଲାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଦେବା ସହ ମା ସମଲେଇ ଓ ମା ପାଟନେଶ୍ୱରୀଙ୍କ ଠାରେ ସମସ୍ତଙ୍କର ଶୁଭକାମନା କରିଛନ୍ତି ।

ନିରାଡମ୍ବରରେ ବଲାଙ୍ଗୀର ରାଜ ପରିବାରରେ ପାଳନ ହେଲା ନୂଆଖାଇ
ନିରାଡମ୍ବରରେ ବଲାଙ୍ଗୀର ରାଜ ପରିବାରରେ ପାଳନ ହେଲା ନୂଆଖାଇ

By

Published : Aug 23, 2020, 4:38 PM IST

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଆଜି ସବୁଠି ପାଳନ ହେଉଛି । ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଏହା ପାଳିତ ହେଉଥିବାବେଳେ ଏଥିରେ ରାଜାରୁ ପ୍ରଜା ଗରିବରୁ ଧନୀ ସବୁ ବର୍ଗର ଲୋକେ ନୂଆଁଖାଇ ପାଳନ କରୁଛନ୍ତି ।

ଚାଷୀ ଦ୍ୱାରା ଅମଳ ହୋଇଥିବା ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବା ଦେବୀଙ୍କ ଠାରେ ଲାଗି ହେବା ପରେ ଆଣି ସମସ୍ତେ ନୂଆ ଖାଉଛନ୍ତି । ଯେଉଁଥିରେ ବଲାଙ୍ଗୀରର ଚର୍ଚ୍ଚିତ ପରିବାର ରାଜା ପରିବାର ସଦସ୍ୟମାନେ ମଧ୍ୟ ଏଥର ରାଜା ପ୍ରସାଦରେ ନୂଆ ଖାଇଛନ୍ତି । ପରମ୍ପରା ଅନୁସାରେ ପତ୍ରରେ ନୂଆ ଖାଇଛନ୍ତି ଏବଂ ଜିଲ୍ଲାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଦେବା ସହ ମା ସମଲେଇ ଓ ମା ପାଟନେଶ୍ୱରୀଙ୍କ ଠାରେ ସମସ୍ତଙ୍କର ଶୁଭକାମନା କରିଛନ୍ତି ।

ନିରାଡମ୍ବରରେ ବଲାଙ୍ଗୀର ରାଜ ପରିବାରରେ ପାଳନ ହେଲା ନୂଆଖାଇ

ରାଜ ପରିବାର ନୂଆଁଖାଇରେ ସବୁ ବର୍ଷ ସାଧାରଣ ଲୋକ ନାଚ ଗୀତ ଇତ୍ୟାଦିରେ ମସଗୁଲ ରହି ନୂଆଁଖାଇର ଭରପୁର ଆନନ୍ଦ ନେଇଥାନ୍ତି । ହେଲେ ଏବର୍ଷ କୋରୋନା କଟକଣା ଯୋଗୁଁ ତାହା ସମ୍ଭବ ହୋଇପାରି ନାହିଁ । ଏଥର ନୂଆଁଖାଇ ପାଳନରେ ସେ ହସ ଉଲ୍ଲାସ କିମ୍ବା ଉଦ୍ଦୀପନା ନଥିଲେ ସୁଦ୍ଧା ପରମ୍ପରା ଅନୁସାରେ ନୂଆଁଖାଇ ପାଳନ ହୋଇଛି । ଯେଉଁଥିରେ ପ୍ରଥମେ ଇଷ୍ଟ ଦେବାଦେବୀଙ୍କ ଠାରେ ପ୍ରଥମ ଅନ୍ନର ଭୋଗ ଲାଗି ହେଲା ପରେ ପରିବାର ସମସ୍ତେ ମିଳି ମିଶି ଏହି ଅନ୍ନକୁ ଗ୍ରହଣ କରିଛନ୍ତି । ରାଗ ରୋଷ ବିଦ୍ୱେଷ ଭୁଲି ସମସ୍ତେ ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details