ଓଡିଶା

odisha

By

Published : May 26, 2023, 11:03 PM IST

ETV Bharat / state

Naba Das Murder Case: କ୍ରାଇମବ୍ରାଞ୍ଚ ନା ପରିବର୍ତ୍ତନ କରି କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ ରଖାଯାଉ: ନରସିଂହ

ନରସିଂହ ମିଶ୍ର କହିଛନ୍ତି କ୍ରାଇମବ୍ରାଞ୍ଚ ନା ବଦଲାଇ କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ କରିବା ଦରକାର। ହତ୍ୟା କାଣ୍ଡର 118 ଦିନ ପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାରେ ବିଫଳ ହୋଇଛି। କେବଳ ପ୍ରୋଭିଜନାଲ ଚାର୍ଜ ସିଟ ଦାଖଲ କରିଛି । ଏହାର ଅର୍ଥ ହେଲା ତଦନ୍ତ ଅସମ୍ପୂର୍ଣ୍ଣ ରହିଛି। ହତ୍ୟାର ମୋଟିଭ ବା ଉଦ୍ଦେଶ୍ୟ ଏବେବି ସ୍ପଷ୍ଟ ହୋଇ ନାହିଁ। ଅଧିକ ପଢନ୍ତୁ

କ୍ରାଇମବ୍ରାଞ୍ଚ ନା ପରିବର୍ତ୍ତନ କରି କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ ରଖାଯାଉ: ନରସିଂହ
କ୍ରାଇମବ୍ରାଞ୍ଚ ନା ପରିବର୍ତ୍ତନ କରି କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ ରଖାଯାଉ: ନରସିଂହ

କ୍ରାଇମବ୍ରାଞ୍ଚ ନା ପରିବର୍ତ୍ତନ କରି କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ ରଖାଯାଉ: ନରସିଂହ

ବଲାଙ୍ଗୀର: ସ୍ବର୍ଗତ ମନ୍ତ୍ରୀ ନବ ଦାସ ହତ୍ୟା କାଣ୍ଡ ମାମଲା । କ୍ରାଇମବ୍ରାଞ୍ଚ ଆଜି ଦାଖଲ କଲା ଚାର୍ଜସିଟ । ଚାର୍ଜସିଟ ଦାଖଲ ପରେ ହତ୍ୟାକାଣ୍ଡ ଘଟଣା ଆହୁରି ରସହ୍ୟ ହୋଇଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି କ୍ରାଇମବ୍ରାଞ୍ଚ ନା ବଦଲାଇ କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ କରିବା ଦରକାର। ହତ୍ୟା କାଣ୍ଡର 118 ଦିନ ପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାରେ ବିଫଳ ହୋଇଛି। କେବଳ ପ୍ରୋଭିଜନାଲ ଚାର୍ଜ ସିଟ ଦାଖଲ କରିଛି । ଏହାର ଅର୍ଥ ହେଲା ତଦନ୍ତ ଅସମ୍ପୂର୍ଣ୍ଣ ରହିଛି। ହତ୍ୟାର ମୋଟିଭ ବା ଉଦ୍ଦେଶ୍ୟ ଏବେବି ସ୍ପଷ୍ଟ ହୋଇ ନାହିଁ। ତେବେ ଦିନେ କ୍ରାଇମବ୍ରାଞ୍ଚର ସୁନାମ ଥିବା ବେଳେ ଏବେ ଏହାର କାମ ସନ୍ଦେହ ସୃଷ୍ଟି କରୁଛି। ଏଭଳି ସମୟରେ କ୍ରାଇମବ୍ରାଞ୍ଚର ନା ବଦଳାଇ କ୍ରିମିନାଲ ପ୍ରୋଟେକ୍ସନ ବ୍ରାଞ୍ଚ କରିବା ଜରୁରୀ ହୋଇଛି ବୋଲି ସେ କହିଛନ୍ତି। ତେବେ ଅନୁସନ୍ଧାନ ଏବେବି ଅସମ୍ପୁର୍ଣ ଅଛି ଏପରିକି ନବ ଦାସଙ୍କୁ ଗୁଳି କରା ଯାଇଥିବା ଗୁଳି ଏଯାଏଁ ମିଳି ନାହିଁ। ହତ୍ୟା କାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ଏଯାଏଁ ଜଣା ପଡି ନାହିଁ। ସେହିପରି ବିଧାନ ସଭାରେ ମନ୍ତ୍ରୀ କହିଥିଲେ ଷଡଯନ୍ତ୍ର ଦିଗରେ ତଦନ୍ତ ହେବ । ହେଲେ କ୍ରାଇମ ବ୍ରାଞ୍ଚ ଷଡଯନ୍ତ୍ରର କୌଣସି ଉଲ୍ଲେଖ କରି ନାହିଁ। ଚାର୍ଜ ସିଟରେ କୌଣସି ଷଡଯନ୍ତ୍ର ପାଇଁ ଦଫା ଲଗାଯାଇ ନାହିଁ।

ସରକାର ଗୋପାଳ ଦାସକୁ ପାଗଳ କରିବାରେ ଲାଗିଛି । ତାକୁ ଛାଡି ଦେବାର ପ୍ରଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ହତ୍ୟା କାଣ୍ଡର ତିନୋଟି ଦିଗ ଥାଇ ପାରେ ଯେଉଁଥିରେ ରାଜନୀତି, ବ୍ୟବସାୟୀକ ଓ ବ୍ୟକ୍ତିଗତ କାରଣ । ତେବେ କ୍ରାଇମବ୍ରାଞ୍ଚ ଏ ଉପରେ କୌଣସି ତଦନ୍ତ କରିନାହିଁ। ଏହା ପଛରେ ଥିବା ଷଡଯନ୍ତ୍ର ସାମାନକୁ ଆସି ନାହିଁ । ନବ ଓ ତାଙ୍କ ସହଯୋଗୀଙ୍କ ଠାରୁ ଗୋପାଳ ଦାସକୁ ବିପଦ ଥିଲା ତେଣୁ ସେ ହତ୍ୟା କଲା ବୋଲି କ୍ରାଇମ ବ୍ରାଞ୍ଚ ଉଲ୍ଲେଖ କରିଛି। ତେବେ ଏହାର କୌଣସି ପ୍ରମାଣ ନାହିଁ ବୋଲି ନରସିଂହ କହିଛନ୍ତି । ତେବେ ସରକାର କ୍ରାଇମ ବ୍ରାଞ୍ଚକୁ ବ୍ୟବହାର କରି ହତ୍ୟାକାରୀ ଓ ଦୋଷୀଙ୍କୁ ଘଣ୍ଟ ଘଡାଉ ଥିବାର ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ କ୍ରାଇମବ୍ରାଞ୍ଚର ଚାର୍ଚସିଟକୁ ନେଇ କଡା ସମାଲୋଚନା କରିଥିବା ବେଳେ ବିଜେଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details