ଓଡିଶା

odisha

ETV Bharat / state

ଋଣ କରେଇ ଦେବା ନାଁରେ ମହିଳାଙ୍କଠୁ ଲୁଟି ନେଲେ ଟଙ୍କା

ଋଣ କରିଦେବା ନାଁରେ ମହିଳାଙ୍କ ଠାରୁ ଠକି ନେଲେ ହଜାର ହଜାର ଟଙ୍କା ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

By

Published : Apr 17, 2021, 6:46 AM IST

ଋଣ କରିଦେବା ନାଁଆରେ ମହିଳାଙ୍କ ଠାରୁ ଲୁଟି ନେଲେ ଟଙ୍କା
ଋଣ କରିଦେବା ନାଁଆରେ ମହିଳାଙ୍କ ଠାରୁ ଲୁଟି ନେଲେ ଟଙ୍କା

ବଲାଙ୍ଗୀର: ଋଣ କରିଦେବା ନାଁରେ ମହିଳାଙ୍କ ଠାରୁ ଠକି ନେଲେ ହଜାର ହଜାର ଟଙ୍କା । ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଧୁମା ପାଲି ଗ୍ରାମରୁ ଏହି ଅଭିଯୋଗ ଆସିଛି । କିଛି ଦିନ ତଳେ ବଲାଙ୍ଗୀର ଫାସଡ ଗ୍ରାମର ଦୁଇ ଜଣ ବ୍ୟକ୍ତି ରବୀନ୍ଦ୍ର ରାଠୋର ଓ ରଞ୍ଜିତ ରାଠୋର ନିଜକୁ ଏକ ଫାଇନାନସ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଗାଆଁକୁ ଆସିଥିଲେ ଏବଂ ଏଠିକାର ଏକ ମହିଳା ଗ୍ରୁପର 12 ଜଣ ମହିଳାଙ୍କୁ ଜଣକ ପିଛା 50 ହଜାର ଟଙ୍କା ଋଣ କରିଦେବା କହି ସମସ୍ତଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରି ଫେରାର ହୋଇ ଯାଇଥିଲେ ।

ତେବେ ଏହି ଦୁଇ ବ୍ୟକ୍ତି ଆଉ ଧରା ଛୁଆଁ ନଦେବା ପରେ ମହିଳା ମାନେ ଠକେଇ ହୋଇଥିବାର ଜାଣି ଆଜି ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଦୋଷୀଙ୍କୁ ଗିରଫ ଦାବି କରିବା ସହ ତାଙ୍କର ଟଙ୍କା ଫେରସ୍ତ କରିବାକୁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details