ଓଡିଶା

odisha

By

Published : Jan 7, 2022, 8:46 AM IST

ETV Bharat / state

ବଲାଙ୍ଗୀରର ଅପହଞ୍ଚ ଇଲାକାରେ ପହଞ୍ଚିବ BSNL

ମୋବାଇଲ ସେବା ନେଇ ଭାରତ ସରକାରଙ୍କ ବଡ଼ ପଦକ୍ଷେପ । ଓଡ଼ିଶାର ଅପହଞ୍ଚ ଇଲାକାରେ ପହଞ୍ଚିବ BSNL ନେଟୱାର୍କ ସେବା । ଏନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ସେବାରେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସାମିଲ ହେବ। ଅଧିକ ପଢ଼ନ୍ତୁ

mobile network will connecting with unconnected areas
ଅପହଞ୍ଚ ଇଲାକାରେ ପହଞ୍ଚିବ ବିଏସନଏଲ

ବଲାଙ୍ଗୀର: ମୋବାଇଲ ସେବା ନେଇ ଭାରତ ସରକାରଙ୍କ ବଡ଼ ପଦକ୍ଷେପ । ଓଡ଼ିଶାର ଅପହଞ୍ଚ ଇଲାକାରେ ପହଞ୍ଚିବ BSNL ନେଟୱାର୍କ ସେବା । ଏନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ସେବାରେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସାମିଲ ହେବ।

ଅପହଞ୍ଚ ଇଲାକାରେ ପହଞ୍ଚିବ ବିଏସନଏଲ

ଏଣିକି ରାଜ୍ୟର ସବୁ ଅପହଞ୍ଚ ଇଲାକାରେ ମୋବାଇଲ ସେବା ଯୋଗାଇ ଦିଆଯିବ। ଯେଉଁଥିରେ ଓଡ଼ିଶାରେ ମୋଟ 3933 ନୂଆ ଟେଲିଫୋନ ଟାୱାର ତିଆରି ହେବ । ଏଥିସହ ସବୁଠି ବିଏସଏନଏଲ ସେବା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏଥିରେ ରାଜ୍ୟର ଦଶଟି ଜିଲ୍ଲା ସାମିଲ ହୋଇଥିବା ବେଳେ ବଲାଙ୍ଗୀରକୁ ମଧ୍ୟ ସାମିଲ କରାଯାଇଛି। ଏନେଇ ଆୟୋଜିତ ହୋଇଥିବା ଭର୍ଚ୍ଚୁଆଲ ବୈଠକରେ କେନ୍ଦ୍ର ଆଇଟି ଯୋଗାଯୋଗ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । ଏଥିସହ ଏହି ବୈଠକରେ ବଲାଙ୍ଗୀର ସମେତ ଦଶଟି ଜିଲ୍ଲାର BSNL କର୍ମଚାରୀ ସହ ସ୍ଥାନୀୟ ନେତା ସାମିଲ ହୋଇଥିଲେ।

ତେବେ ସାରା ଭାରତରେ ମୋଟ ସାତ ହଜାର ନୂଆ ବି ଏସ ଏନ୍ ଏଲ ଟାୱାର ତିଆରି ହେବାକୁ ଥିବା ବେଳେ କେବଳ ଓଡ଼ିଶାରେ ପ୍ରାୟ ଚାରି ହଜାର ନୂଆ ଟାୱାର ତିଆରି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ମୋଟ 11ଟି ଟାୱାର ତିଆରି ହେବ। ଯେଉଁଥିରେ ବଲାଙ୍ଗୀର ମାଓ ଅଧ୍ୟୁଷିତ ଅଞ୍ଚଳ ଖପ୍ରାଖୋଲ, ପାଟଣାଗଡ଼, ସଇଁତଳା, ତୁରେକେଲା, ମୁରିବହାଳ ଓ ଗୁଡ ଭେଲା ଅଞ୍ଚଳରେ ଏହି 11 ଟି ଟାୱାର ତିଆରି ହେବ। ଯାହାଫଳରେ ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ମଧ୍ୟ ମୋବାଇଲ ଓ ଇଣ୍ଟରନେଟ ସୁବିଧା ଲୋକେ ପାଇ ପାରିବେ ।

ବଲାଙ୍ଗୀର ଜିଲ୍ଲା ପାଇଁ 170ଟି ଟାୱାର ଆବଶ୍ୟକତା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 11 ଟି ଟାୱାର ପ୍ରଦାନ କରାଯିବ । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ୍ବ ବିଏସଏନଏଲ ଉପୋଭୋକ୍ତା ଅଛନ୍ତି । ତେବେ ଏହି ସୁବିଧା ଯୋଗୁଁ ଉପଭୋକ୍ତାଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବିଭାଗ ଆଶା କରିଛି। ସେହିପରି ଓଡ଼ିଶାରେ ମୋଟ 272 ନୂଆ ପୋଷ୍ଟ ଅଫିସ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details