ଓଡିଶା

odisha

ETV Bharat / state

କୃଷି ଅଧିକାରୀଙ୍କ ନାଁରେ ଅସଦାଚାରଣ ଅଭିଯୋଗ, ତଦନ୍ତ ଆରମ୍ଭ

ସରକାରୀ ଅଧିକାରୀଙ୍କ ନାଁରେ ଆସିଲା ଅସଦାଚରଣ ଅଭିଯୋଗ । କୃଷି ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଆସିବା ପରେ ତଦନ୍ତ ଆରମ୍ଭ । ଘଟଣାର ତଦନ୍ତ ପାଇଁ କମିଟି ଗଠନ । ଅଧିକ ପଢନ୍ତୁ...

By

Published : Feb 5, 2021, 8:23 PM IST

misbehave allegation against agriculture officer in balangir
କୃଷି ଅଧିକାରୀଙ୍କ ନାଁରେ ଅସଦାଚାରଣ ଅଭିଯୋଗ, ତଦନ୍ତ ଆରମ୍ଭ

ବଲାଙ୍ଗୀର:ସରକାରୀ ଅଧିକାରୀଙ୍କ ନାଁରେ ଆସିଲା ଅସଦାଚରଣ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ନାଁରେ । କିଛି ମହିଳା ଭିଏଲଡବ୍ଲୁ କର୍ମଚାରୀ ନିଜ ନାଁ ଗୋପନ ରଖି ଏହି ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ କୃଷି ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଆସିବା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ କମିଟି କରାଯାଇଥିବା ବେଳେ ଜିଲ୍ଲା କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କର ସାକ୍ଷ୍ୟ ନିଆଯିବ ବୋଲି ସେ କହିଛନ୍ତି ।

କୃଷି ଅଧିକାରୀଙ୍କ ନାଁରେ ଅସଦାଚାରଣ ଅଭିଯୋଗ, ତଦନ୍ତ ଆରମ୍ଭ

ତେବେ ନିର୍ଦ୍ଦିଷ୍ଟ ଭାବରେ କେହି ବ୍ୟକ୍ତି ବିଶେଷ ଏହାର ଅଭିଯୋଗ କରି ନ ଥିବାରୁ ପାରିପାଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରାଯିବ ବୋଲି ତଦନ୍ତ କରୁଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି । ତଦନ୍ତ ପାଇଁ ସମୟ ଲାଗିବ । ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତାର ରିପୋର୍ଟ କୃଷି ନିର୍ଦ୍ଦେଶକଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏଠି ସୂଚନା ଥାଉ ଯେ ,ପୂର୍ବରୁ ମଧ୍ୟ ଏହି ଅଧିକାରୀ ହିମାଂଶୁ ଶେଖର ପାଢ଼ୀଙ୍କ ନାଁରେ ଜଣେ ମହିଳା କର୍ମଚାରୀ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା ବେଳେ ଏବେ ପୁଣି ଏହି ଗୁରୁତର ଅଭିଯୋଗ ସମ୍ପୃକ୍ତ ଅଧିକାରୀ ନାଁରେ ଆସିଛି। ଯାହାକୁ ନେଇ ସେ କ୍ୟାମେରା ସାମନାରେ କିଛି ବି କହିବାକୁ ମନା କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details