ଓଡିଶା

odisha

ETV Bharat / state

ଘରୋଇ କଳହକୁ ନେଇ ନାବାଳକଙ୍କ ଆତ୍ମହତ୍ୟା

ଶୁଭମ ନବମ ଶ୍ରେଣୀରୁ ପାଠ ପଢା ଛାଡି ଦେଇ ଏଣେ ତେଣେ ବୁଲାବୁଲି କରୁଥିଲେ । ଏନେଇ ତାଙ୍କ ଘରେ କଳହ ସୃଷ୍ଟି ହୋଇଥିଲା । ତେବେ ଏଥିଯୋଗୁଁ ଗୁରୁବାର ସକାଳୁ ସେ ନିଜ ଘରେ ବେକରେ ଶାଢି ବାନ୍ଧି ଆତ୍ମହତ୍ୟା କରୁଥିବା ବେଳେ ଘର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

By

Published : Feb 9, 2019, 7:41 AM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବଲାଙ୍ଗୀର


ବଲାଙ୍ଗୀର: ଜିଲ୍ଲା ସୁଦୁପଡାରେ ଘଟିଛି ଅଘଟଣ । ଘରୋଇ କଳହକୁ ନେଇ ଜଣେ ନାବାଳକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ନାବାଳକ ଜଣକ ହେଲେ ସୁଦୁପଡାର କୃଷ୍ଣା ବନଛୋରଙ୍କ ପୁଅ ଶୁଭମ ବନଛୋର ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବଲାଙ୍ଗୀର
ମିଳିଥିବା ସୂଚନା ଅନୁସାରେ ଶୁଭମ ନବମ ଶ୍ରେଣୀରୁ ପାଠ ପଢା ଛାଡି ଦେଇ ଏଣେ ତେଣେ ବୁଲାବୁଲି କରୁଥିଲେ । ଏନେଇ ତାଙ୍କ ଘରେ କଳହ ସୃଷ୍ଟି ହୋଇଥିଲା । ତେବେ ଏଥିଯୋଗୁଁ ଗୁରୁବାର ସକାଳୁ ସେ ନିଜ ଘରେ ବେକରେ ଶାଢି ବାନ୍ଧି ଆତ୍ମହତ୍ୟା କରୁଥିବା ବେଳେ ଘର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ଘର ଲୋକ ଓ ବଲାଙ୍ଗୀର ଟାଉନ ପୋଲିସ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜକୁ ନେଇଥିଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପୋଲିସ ଘଟଣାର ତଦନ୍ତ ତଦନ୍ତ ଆରମ୍ଭ କରିଛି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details