ଓଡିଶା

odisha

ETV Bharat / state

ଦାଦନ ଖଟିବାକୁ ଯାଇ ହାତ ହାରିଲେ ଶ୍ରମିକ - ଦୁର୍ଘଟଣାରେ ହାତ ହାରିଲେ ଦାଦନ ଶ୍ରମିକ

ପେଟ ପାଟଣା ପାଇଁ ପୁଣି ଆରମ୍ଭ ହୋଇଛି ଦାଦନ ଶ୍ରମିକଙ୍କ ବାହାର ରାଜ୍ୟ ଗସ୍ତ । ଏମିତିରେ ସାମ୍ନାକୁ ଆସୁଛି ଦାଦନ ଦୁଃଖର ନୂଆ ନୂଆ ଲୋମହର୍ଷଣକାରୀ ଦୃଶ୍ୟ । ଆଉ ଏପରି ସ୍ଥିତିରେ ଜଣେ ଯୁବକ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ନିଜ ହାତ ହରାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

bolangir latest news, migrant labour's grief in bolangir, migrant labour lost hand in accident, migrant labour lost hand, migrant labour's grief, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରର ଦାଦନ ଶ୍ରମିକଙ୍କ ଦୁଃଖ, ଦୁର୍ଘଟଣାରେ ହାତ ହାରିଲେ ଦାଦନ ଶ୍ରମିକ, ଦାଦନ ଦୁଃଖ
ଦାଦନ ଖଟିବାକୁ ଯାଇ ହାତ ହାରିଲେ ଶ୍ରମିକ

By

Published : Oct 9, 2020, 12:14 PM IST

ବଲାଙ୍ଗୀର: ପେଟ ପାଟଣା ପାଇଁ ପୁଣି ଆରମ୍ଭ ହୋଇଛି ଦାଦନ ଶ୍ରମିକଙ୍କ ବାହାର ରାଜ୍ୟ ଗସ୍ତ । ଏମିତିରେ ସାମ୍ନାକୁ ଆସୁଛି ଦାଦନ ଦୁଃଖର ନୂଆ ନୂଆ ଲୋମହର୍ଷଣକାରୀ ଦୃଶ୍ୟ । ଆଉ ଏପରି ସ୍ଥିତିରେ ଜଣେ ଯୁବକ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ନିଜ ହାତ ହରାଇଥିବା ଦେଖିବାକୁ ମିଳିଛି । ଆହତ ଶ୍ରମିକ ଜଣଙ୍କ ସ୍ଥାନୀୟ ଦେଓଗାଁ ବ୍ଲକ ଲଣ୍ଡା ପଥର ଗ୍ରାମର ପ୍ରମୋଦ ସେଠ୍ ବୋଲି ଜଣା ପଡିଛି । ସେ ପୂର୍ବରୁ ତାମିଲନାଡୁର ଏକ ସୂତା କଳରେ କାମ କରୁଥିଲେ ଏବଂ ଲକଡାଉନ ଯୋଗୁଁ ସେ ଘରକୁ ଫେରି ଆସିଥିଲେ।

ଦାଦନ ଖଟିବାକୁ ଯାଇ ହାତ ହାରିଲେ ଶ୍ରମିକ

ତେବେ ସେହି ସୂତା କଳର ମାଲିକ ପୁଣି ଏହି ଯୁବକ ଓ ଅନ୍ୟ କିଛି ଯୁବକଙ୍କୁ କାମ କରିବା ପାଇଁ ଏକ ବସ୍‌ ଯୋଗେ ତାମିଲନାଡୁ ନେଉଥିବା ବେଳେ ବିଜୟୱାଡାରେ ବସଟି ଏକ ଟ୍ରକକୁ ଧକ୍କା ଦେଇଥିଲେ । ଯେଉଁଥିରେ ଶ୍ରମିକ ପ୍ରମୋଦ ସେଠ୍ ଗୁରୁତର ହୋଇଥିବା ବେଳେ ତାଙ୍କ ବାମ ହାତ ଛିଣ୍ଡି ଯାଇଥିଲା । ତେବେ ମାଲିକ ତାଙ୍କ ଚିକିତ୍ସା କରାଇବା ପରିବର୍ତ୍ତେ ଏକ ଗାଡିରେ ବସାଇ ବଲାଙ୍ଗୀର ପଠାଇ ଦେଇଥିଲେ ।

ସେପଟେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାକୁ ନେଇ ବଲାଙ୍ଗୀର ଶ୍ରମ ବିଭାଗ ପାଖରେ କୌଣସି ତଥ୍ୟ ନ ଥିବା ବେଳେ ସଂପୃକ୍ତ ମାଲିକଙ୍କ ଆଚରଣକୁ କଡା ନିନ୍ଦା କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details