ବଲାଙ୍ଗୀର: କିଛି ଦିନର ନୀରବତା ପରେ ପୁଣି ବଲାଙ୍ଗୀରରେ ଉପସ୍ଥିତି ଜାହିର କଲା ଲାଲ ବାହିନୀ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ ଆଜି ଭୋରରୁ ଭିନ୍ନ ଭିନ୍ନ ସ୍ଥାନରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ବ୍ୟାନରରେ ମାଓ ପକ୍ଷରୁ 6 ଗୋଟି ଦାବି ରଖାଯାଇଛି।
ମାଓବାଦୀଙ୍କ 19 ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରିବା ପାଇଁ ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି । ଏହାସହ ଶତୃର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବାକୁ, ପାର୍ଟିକୁ ଧୋକା ଦେଇ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ କରିବାକୁ ଦାବି କରିଯାଇଛି । ସେଥିରୁ ଆହୁରି ଉଲ୍ଲେଖ ରହିଛି, "ପାର୍ଟି ଆପଣଙ୍କର ଅଟେ ପୀଡ଼ିତ ଲୋକଙ୍କର ମୁକ୍ତି ପାଇଁ ସଙ୍ଘର୍ଷ କରୁଛୁ । ଏହି ପାର୍ଟିକୁ ବଞ୍ଚାଇ ରଖିବା ଗରିବ ଲୋକମାନଙ୍କ ଦାୟିତ୍ବ ଅଟେ । ପୋଲିସ ଅର୍ଦ୍ଧ ସୈନିକ ବାହିନୀ ଜମିଦାର, ପୁଞ୍ଜିବାଦୀ ତଥା ସାମ୍ରାଜ୍ୟ ବାଦୀ ଲୁଣ୍ଠନ ଶ୍ରେଣୀଙ୍କୁ ରକ୍ଷା କରୁଛି । ଉଚିତ ଲୋକ ମାନଙ୍କ ଉପରେ ଦମନ ଅତ୍ୟାଚାର କରି ଚାଲୁଛି । ପୋଲିସର ସୂଚନା ଦାତାଙ୍କୁ ଗାଁରୁ ବାତିଡିତ କରନ୍ତୁ ।"
ଏହା ମଧ୍ୟ ପଢ଼ନ୍ତୁ:କନ୍ଧମାଳରେ ମାଓ ପୋଷ୍ଟର, ଶହୀଦ ଦିବସ ପାଳିବାକୁ ମାଓବାଦୀଙ୍କ ଆହ୍ୱାନ