ଓଡିଶା

odisha

By ETV Bharat Odisha Team

Published : Nov 6, 2023, 8:03 AM IST

ETV Bharat / state

ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ବଲାଙ୍ଗୀରରୁ ୮୬ ଦାଦନ ଶ୍ରମିକ ଉଦ୍ଧାର, ୮ ଗିରଫ

ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ । ଗତ ଦୁଇଦିନ ମଧ୍ୟରେ 86 ଦାଦନ ଶ୍ରମିକ ଉଦ୍ଧାର ହେବା ସହ 8 ଦଲାଲଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ

86 migrant labour rescued in balangir
86 migrant labour rescued in balangir

86 migrant labour rescued in balangir

ବଲାଙ୍ଗୀର : ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଦାଦନ ସମସ୍ୟା । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବଲାଙ୍ଗୀର ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ୍ । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ଏହି ଡ୍ରାଇଭ ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଦୈନନ୍ଦିନ ପୋଲିସ୍ ବିଭିନ୍ନ ଅଞ୍ଚଳରୁ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରୁଛି । ଏହି କ୍ରମରେ ଗତ ଦୁଇ ଦିନ ମଧ୍ୟରେ ପୋଲିସର୍ ମିଶନ ଉଦ୍ଧାର ଡ୍ରାଇଭ୍‌ରେ 86 ଦାଦନ ଶ୍ରମିକ ଉଦ୍ଧାର ହେବା ସହ 8 ଦଲାଲ ଗିରଫ ହୋଇଛନ୍ତି ।

ତେବେ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ସତ୍ତ୍ବେ ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି ଗରିବ। ଯାହାକୁ ପ୍ରଶାସନ ଓ ପୋଲିସ୍ ରୋକିବାକୁ ସ୍ବତନ୍ତ୍ର ଉଦ୍ଧାର ଡ୍ରାଇଭ ଚଲାଇଛି । ତେବେ ଏଥିରେ ଦୁଇ ଦିନ ମଧ୍ୟରେ ବଲାଙ୍ଗୀରର ବିଭିନ୍ନ ସ୍ଥାନରୁ ବେଆଇନ୍ ଦାଦନ ଚାଲାଣ ବେଳେ ପୋଲିସ 86 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେହିପରି ଏଥିରେ ସଂଶ୍ଳିଷ୍ଟ ଥିବା ୮ ଜଣ ଦାଦନ ଦଲାଲଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଖପ୍ରାଖୋଲ ଓ ପାଟଣାଗଡ଼ ପୋଲିସ୍ ମିଳିତ ଭାବରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସାନ ଗୁର୍ଜିଭଟା ବ୍ରିଜ୍‌ ନିକଟରେ ଚଢ଼ାଉ କରି ଦୁଇଟି ବୋଲେରୋ ଗାଡ଼ିରୁ 18 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଦାଦନ ଶ୍ରମିକ ବେଳପଡ଼ା, ଖପ୍ରାଖୋଲ ଓ ପାଟଣାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ଏଥିରେ ତିନି ଜଣ ଦାଦନ ଦଲାଲଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 15 ଦାଦନ ଉଦ୍ଧାର, 3ଗିରଫ

ସେହିପରି ଆଉ ଏକ ମାମଲାରେ ଖପ୍ରାଖୋଲ ଓ ପାଟଣାଗଡ଼ ପୋଲିସ୍ ଖପ୍ରାଖୋଲ ବ୍ଲକ ହରିଶଙ୍କର ଛକରେ ଚଢ଼ାଉ କରି ଏକ ମାରୁତି ଆର୍ଟିକା ଗାଡିରୁ 10 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ତେବେ ଏମାନଙ୍କୁ ଟ୍ରେନ୍‌ ଯୋଗେ ବାହାର ରାଜ୍ୟକୁ ଚାଲାଣ କରା ଯିବାକୁ ଥିବା ବେଳେ ପୋଲିସ୍ ସମସ୍ତଙ୍କୁ ଉଦ୍ଧାର କରି ତାଙ୍କ ଗାଆଁରେ ଛାଡ଼ିଛି । ଏଥିରେ ପୋଲିସ୍ ପାଟଣାଗଡ଼ ଦମେଇ ପାଲି ଗ୍ରାମର ଦୁଇ ଜଣ ଦାଦନ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମାନ ଭାବରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ କଣ୍ଟାବାଞ୍ଜି ପୋଲିସ୍ ଚଢାଉ କରି 30 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଏଠାରେ ଚଢ଼ାଉ ବେଳେ ୩ ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି । ତେବେ ବଲାଙ୍ଗୀର ଜିଲ୍ଲା ନୂଆଖାଇ ପର୍ବ ପରେ ବେଆଇନ୍ ଦାଦନ ଚାଲାଣ ଆରମ୍ଭ ହୋଇଥାଏ। ଯେଉଁଥିରେ ଜିଲ୍ଲାରେ ଥିବା ଗରିବ ଲୋକ ପେଟ ପାଟଣା ପାଇଁ ଅଗ୍ରୀମ ଟଙ୍କା ନେଇ ପରେ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତି। ସେ ମଧ୍ୟରୁ ଅନେକ ମୃତାହତ ହୋଇ ଶୋଷଣ ଓ ନିର୍ଯାତନାର ଶିକାର ହୋଇ ଥାଆନ୍ତି । ତେବେ ଏହାକୁ ରୋକିବା ପାଇଁ ଅନେକ ଗରିବ କଲ୍ୟାଣ ଯୋଜନା ଥିଲେ ମଧ୍ୟ ଏହି ବେଆଇନ୍ ଦାଦନ ଚାଲାଣ ରେ ବ୍ରେକ ଲାଗି ପାରୁ ନାହିଁ । ବର୍ଷକୁ 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦାଦନ ଖଟି ଯାଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details