ଓଡିଶା

odisha

ETV Bharat / state

ଚାଲିଥିଲା ବେଆଇନ୍‌ କଫ ସିରପ କାରବାର, ଚଢ଼ାଉ ବେଳେ ୧୮ ଗିରଫ

ନୂଆଁଖାଇ ପୂର୍ବରୁ ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ୧୭୧୯ ବୋତଲ କଫ୍‌ ସିରପ ଜବତ, ୧୮ ଗିରଫ । ଅଧିକ ପଢ଼ନ୍ତୁ

ବେଆଇନ୍‌ କଫ ସିରାପ କାରବାର ଉପରେ ଚଢାଉ ,୧୮ ଗିରଫ
ବେଆଇନ୍‌ କଫ ସିରାପ କାରବାର ଉପରେ ଚଢାଉ ,୧୮ ଗିରଫ

By ETV Bharat Odisha Team

Published : Sep 18, 2023, 6:49 PM IST

ବେଆଇନ୍‌ କଫ ସିରାପ କାରବାର ଉପରେ ଚଢାଉ ,୧୮ ଗିରଫ

ବଲାଙ୍ଗୀର: ବଲାଙ୍ଗିରରେ ବଢ଼ି ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି ଧଡ଼ପଗଡ଼ । ଆଗକୁ ଦକ୍ଷିଣ ଓଡ଼ିଶାର ଗଣପାର୍ବ ନୂଆଁଖାଇ ଆସୁଥିବା ବେଳେ ଅପରାଧିମାନଙ୍କ କଳା କରାନାମା ଆରମ୍ଭ ହୋଇଯାଇଛି । ପୋଲିସ ମଧ୍ୟ ଅପରାଧରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ପାର୍ବଣ ଋତୁରେ ପୂର୍ବରୁ ପୋଲିସକୁ ମିଳିଛି ବଡ଼ ସଫଲତା । ବେଆଇନ୍ କଫ ସିରପ କାରବାର ବେଳେ ଚଢାଉ କରି ୧୭୧୯ ବୋତଲ କଫ୍‌ ସିରପ ଜବତ କରିବା ସହ ୧୮ ଜଣକୁ ଗିରଫ କରିଛି । ବଲାଙ୍ଗୀର ଏସ୍‌ପିଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା ।

ପୋଲିସ ବରଗଡ଼, କଟକ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରିଛି । ଏଥିରେ ୨ଟି ଦାମୀ କାର୍‌ ସହ ୩ଟି ବାଇକ୍ ୧୭ଟି ମୋବାଇଲ ଜବତ କରିଛି । ସେହିପରି ଏସ୍କଫ ଓ ୱିନ ସିରେକ୍ସ ଟି କଫ ସିରଫ କମ୍ପାନୀର ୧୭୧୯ ବୋତଲ ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ..ଉଜବେକିସ୍ତାନ ଅଘଟଣ ପରେ WHOର ଆଲର୍ଟ, ମେରିଅନ ବାୟୋଟେକ କଫସିରପ ବ୍ୟବହାର ମନା

ବଲାଙ୍ଗୀର ଏସ ପି ଋଷିକେଶ କିଲାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ବଲାଙ୍ଗୀର ପୋଲିସ ଜିଲ୍ଲାରେ କ୍ରାଇମ୍ ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସିଛି । ଏହି କ୍ରମରେ ପ୍ରାର୍ବଣ ଋତୁକୁ ଆଖି ଆଗରେ ରଖି ପୋଲିସ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ଏକ ବଡ଼ ଧରଣର କଫ୍‌ ସିରପ ରାକେଟ ଉପରେ ଚଢାଉ କରାଯାଇଛି । କଫ ସିରପ ଯୋଗାଣ ଓ ବିକ୍ରି ମାମଲାରେ ପୋଲିସ ବରଗଡ଼, କଟକ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି 18 ଜଣଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ପୋଲିସ ସାଇବର ସେଲ୍‌, ଟାଉନ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ଏସ ଆଇ ନବୀନ କୁମାର ଭୋଇ ପ୍ରମୁଖ ଏହି ଟିମ୍‌ରେ ସାମିଲ ଥିଲେ।

ସୂଚନା ଅନୁସାରେ ପୋଲିସ୍ ପୂର୍ବରୁ ଲକ୍ଷ ଲକ୍ଷ ବେଆଇନ୍ କଫ ସିରଫ ପୋଲିସ୍ ଜବତ କରି ସାରିଛି । ସେହିପରି ଏହାର ନିର୍ମାତା କୋଲକାତାର ଦୁଇ କମ୍ପାନୀ ନାଁରେ ମଧ୍ୟ ମାମଲା ରୁଜୁ କରିଯାଇ, ସେମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ଅଚଳ କରାଯାଇଥିଲା ।

ଇଟିଭି ଭାରତ,ବଲାଙ୍ଗୀର

ABOUT THE AUTHOR

...view details