ଓଡିଶା

odisha

ବିଦ୍ୟୁତ ଆଘାତରେ ଯୁବକ ମୃତ

By

Published : Jun 15, 2021, 9:57 PM IST

ସଜନା ଶାଗ ତୋଳିବା ହେଲା କାଳ । ବିଦ୍ୟୁତ୍ ଆଘାତରେ ଯୁବକର ଶୋଚନୀୟ ମୃତ୍ୟୁ । ଅଧିକ ପଢନ୍ତୁ...

man-died-due-to-electric-shock-in balangir
ବିଦ୍ୟୁତ ଆଘାତରେ ଯୁବକ ମୃତ

ବଲାଙ୍ଗୀର: ସଜନା ଶାଗ ତୋଳିବା ହେଲା କାଳ । ବିଦ୍ୟୁତ୍ ଆଘାତରେ ଯୁବକର ଶୋଚନୀୟ ମୃତ୍ୟୁ । ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଆଶ୍ରମ ପଡ଼ାରେ ଏହି ଘଟଣା ଘଟିଛି । ଏହି ପଡ଼ାର ଯୁବକ ସାଗର ନାଗ ନିଜ ଘର ସମ୍ମୁଖରେ ଥିବା ସଜନା ଗଛରୁ ଆଜି ଶାଗ ତୋଳୁଥିଲେ । ଯାହାଫଳରେ ଗଛ ଉପର ଦେଇ ଯାଇଥିବା 11 କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ସେ ଆସି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା ।

ବିଦ୍ୟୁତ ଆଘାତରେ ଯୁବକ ମୃତ

ସେପଟେ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details